ଭୁବନେଶ୍ୱର: ଭୁବନେଶ୍ୱର: ବିଧାନସଭା ପରିସରରେ ଗାନ୍ଧୀ ପ୍ରତି ମୂର୍ତ୍ତି ତଳେ ବିରୋଧୀ ସଦସ୍ୟଙ୍କ ପ୍ରତିବାଦ । ଗୃହରେ ବିଜେପି ବିଧାୟକ ସନ୍ତୋଷ ଖୁଣ୍ଟିଆଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିରୋଧ । ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ମୌନ ପ୍ରତିବାଦ । ବିଧାୟକଙ୍କ ଅପତ୍ତିଜନକ ମନ୍ତବ୍ୟକୁ ନେଇ ପ୍ରତିବାଦ । ସୂଚନାଯୋଗ୍ୟ, ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ସପ୍ତମ ଦିନରେ ସକାଳେ କେବଳ ୧୬ ମିନିଟ ଚାରିପାରିଥିଲା ଗୃହ । ପ୍ରଶ୍ନକାଳ ଆରମ୍ଭରୁ ହିଁ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ନାରାବାଜି କରି ପ୍ରତିବାଦ କରିଥିଲେ । ଗତକାଲି ବେସରକାରୀ କାର୍ଯ୍ୟଦିବସ ରହିଥିଲା। କଂଗ୍ରେସ ପକ୍ଷରୁ ଆଗତ ହେବାକୁ ଥିବା ସଂକଳ୍ପ ଏବଂ ବିଲ ଉପସ୍ଥାପନା ପାଇଁ ସମୟ ନ ଦେବାରୁ ନାରାବାଜି କରିଥିଲେ।










