28.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶବିରୋଧୀ ନେତାଙ୍କ ଫୋନ୍ ଟ୍ୟାପିଂ ଅଭିଯୋଗ: ରାଜ୍ୟ ସରକାରଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ; ମହାରାଷ୍ଟ୍ର ଡିଜପିଙ୍କୁ...

ବିରୋଧୀ ନେତାଙ୍କ ଫୋନ୍ ଟ୍ୟାପିଂ ଅଭିଯୋଗ: ରାଜ୍ୟ ସରକାରଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ; ମହାରାଷ୍ଟ୍ର ଡିଜପିଙ୍କୁ ତୁରନ୍ତ ସ୍ଥାନାନ୍ତର କର

ମୁମ୍ବାଇ: କଂଗ୍ରେସର କିଛି ବରିଷ୍ଠ ନେତାଙ୍କ ଫୋନ୍ ଟ୍ୟାପିଂ କରିଥିବା ଅଭିଯୋଗରେ ମହାରାଷ୍ଟ୍ର ପୁଲିସର ମହାନିର୍ଦ୍ଦେଶକ ଥିବା ରଶ୍ମୀ ଶୁକ୍ଲାଙ୍କୁ ଯଥାଶୀଘ୍ର ହଟାଇବାକୁ (ଅନ୍ୟତ୍ର ବଦଳି) କରିବାକୁ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ନଭେମ୍ବର ୫ ଅପରାହ୍ନ ୧ ସୁଦ୍ଧା ଏହି ପଦ ପାଇଁ ଏକ ୩ଜଣିଆ ଆଇପିଏସ୍ ଅଧିକାରୀଙ୍କ ନାମ ସମ୍ବଳିତ ଲିଷ୍ଟ ପଠାଇବାକୁ ବା ସୁପାରିଶ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ ଅକ୍ଟୋବର ୩୧ ତାରିଖରେ କଂଗ୍ରେସ ନେତାଙ୍କ ଫୋନ୍ ଟ୍ୟାପିଂ ଅଭିଯୋଗ ଉଠାଇବା ପୂର୍ବକ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କୁ ଚିଠି ଲେଖି ତାଙ୍କୁ ରଶ୍ମୀ ଶୁକ୍ଳାଙ୍କୁ ରାଜ୍ୟ ଡିଜିପି ପଦରୁ ହଟାଇବାକୁ ଅନୁରୋଧ କରିଥିଲେ। ଡିଜିପି ପଦରେ ରହି ରଶ୍ମୀ ଶୁକ୍ଳା, କଂଗ୍ରେସ, ଶିବସେନା (ୟୁବିଟି), ଏନସିପି (ଏସପି) ସମେତ ରାଜ୍ୟରେ ବିରୋଧୀ ଦଳଙ୍କ ବିରୋଧରେ ଏକ ସ୍ପଷ୍ଟ ପକ୍ଷପାତିତା ପ୍ରଦର୍ଶନ କରିଥିବା ପାଟୋଲ୍ ଅଭିଯୋଗ କରିଥିଲେ। ଏପରିକି ଗତ କିଛି ଦିନ ହେବ ବିରୋଧୀଦଳ ନେତାଙ୍କ ବିରୋଧରେ ରାଜ୍ୟରେ ଘଟିଥିବା ଅନେକ ରାଜନୈତିକ ହିଂସା ପ୍ରସଙ୍ଗରେ ମଧ୍ୟ ଡିଜିପି ରଶ୍ମୀ ଶୁକ୍ଳା ଚୁପ୍ ରହିଥିଲେ। ତେବେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଝାଡ଼ଖଣ୍ଡର ଡିଜିପିଙ୍କୁ ତୁରନ୍ତ ହଟାଇ ଦିଆଯାଇଥିବା ବେଳେ ମହାରାଷ୍ଟ୍ର ଡିଜିପିଙ୍କୁ କାହିଁକି ଏହି ନିୟମରୁ ବାଦ ଦିଆଯାଇଛି ବୋଲି ପାଟୋଲ ପ୍ରଶ୍ନ କରିଥିଲେ। ଏପ୍ରକାର ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନର ରଶ୍ମୀ ଶୁକ୍ଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ରିପୋର୍ଟ ଅନୁସାରେ ରଶ୍ମୀ ଶୁକ୍ଳାଙ୍କୁ ଏବେ ଡେପୁଟେସନରେ ସଶସ୍ତ୍ର ସୀମା ବଳ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ପ୍ରକାଶ, ମହାରାଷ୍ଟ୍ରର ମହା ବିକାଶ ଅଘାଡି (ଶିବସେନା (ଉଦ୍ଧବ ଗୋଷ୍ଠୀ)-ଏନ୍‌ସିପି-କଂଗ୍ରେସ) ସରକାର ସମୟରେ ରଶ୍ମୀ ଶୁକ୍ଳା ରାଜ୍ୟ ଗୁଇନ୍ଦା ବିଭାଗର ମୁଖ୍ୟ ଥିଲେ। ସେତେବେଳେ କିଛି ବରିଷ୍ଠ ରାଜନୈତିକ ନେତାଙ୍କ ବେଆଇନ ଭାବେ ଫୋନ୍ ଟ୍ୟାପ୍ କରିବା ଅଭିଯୋଗରେ ତାଙ୍କ ବିରୋଧରେ ତିନୋଟି ମାମଲା ରୁଜୁ ହୋଇଥିଲା। ମୁମ୍ବାଇରେ ଦାଖଲ ହୋଇଥିବା ପ୍ରଥମ ଏଫ୍‌ଆଇଆରରେ ସେ ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାଉତ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ଏକନାଥ ଖଡ୍‌ସେଙ୍କ ଫୋନକୁ ଟ୍ୟାପ୍ କରିଥିବା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking