28.1 C
Bhubaneswar
Thursday, February 5, 2026
Homeଓଡିଶାଯଦି ସାହସ ଅଛି ଦୁର୍ନୀତିକୁ ନେଇ ଘାସିରାମଙ୍କ ସହ ସମ୍ମୁଖୀନ ହୁଅନ୍ତୁ ବିରୋଧୀ ପ୍ରାର୍ଥୀ

ଯଦି ସାହସ ଅଛି ଦୁର୍ନୀତିକୁ ନେଇ ଘାସିରାମଙ୍କ ସହ ସମ୍ମୁଖୀନ ହୁଅନ୍ତୁ ବିରୋଧୀ ପ୍ରାର୍ଥୀ

ନୂଆପଡ଼ା / ଭୁବନେଶ୍ୱର: ଆସନ୍ତା ୧୧ ତାରିଖ ଦିନ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଟିତ ହେବା। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ସ୍ଥିତ ଖୁଣ୍ଟିଆ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଯୋଗଦେଇ କହିଥିଲେ, ରାଜନୈତିକ ଦଳଙ୍କ ସ୍ଥିତି ଭିନ୍ନ ପ୍ରସଙ୍ଗ କିନ୍ତୁ ଏକ ମୁଖ୍ୟ ପ୍ରସଙ୍ଗ ହେଉଛି ବାହାର ପ୍ରାର୍ଥୀ ହଟାଓ ଯାହା ଜନତାଙ୍କ ମନକୁ ଆସିଛି କିନ୍ତୁ ତାହା ନିର୍ଣ୍ଣାୟକ ସ୍ତରକୁ ଆସୁନି । ସେ କହିଛନ୍ତି କାହିଁକି ସେମାନେ ନିଜ ମାଟିର ପ୍ରାର୍ଥୀ ନଦେଇ ବାହାର ପ୍ରାର୍ଥୀ କଲେ, ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ ଓ ଅଭିନନ୍ଦନ ପଣ୍ଡାଙ୍କୁ ବଜେପି ଟିକେଟ ନଦେଇ ବାହାର ଦଳର ପ୍ରାର୍ଥୀଙ୍କୁ ଉଧାର ଆଣିବାକୁ ପଡିଲା ? ସେଭଳି ବିଜେଡି ମନୋଜ ମିଶ୍ର, ଅବନୀ ଜୋଷୀ ଆଦି କର୍ମକର୍ତ୍ତା ଥିବାବେଳେ କାହିଁକି ଜଣଙ୍କୁ ପ୍ରାର୍ଥୀ କଲା ? କିନ୍ତୁ କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏକ ମାଟିର ମଣିଷ, ଲଢୁଆ ଓ ନିଷ୍କଳଙ୍କ ବ୍ୟକ୍ତି ଘାସିରାମଙ୍କୁ ପ୍ରାର୍ଥୀ କରିଛି । ଯଦି ଆମେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ତୁଳନା କରିବା ତେବେ କଂଗ୍ରେସର ପ୍ରାର୍ଥୀ ଖୋଲାଖାତା ଭଳି ଯାହା ଆମେ ନିଜ ଇସ୍ତାହାରରେ ପ୍ରକାଶ କରି ସାରିଛୁ ବୋଲି ଶ୍ରୀ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି କି ଯିଏ ଏଭଳି ନେତା ସେ ବ୍ଲକ ଚେୟାରମ୍ୟାନ ଥିଲାବେଳେ ନିଜ ବିଡ଼ିଓଙ୍କୁ ଭିଜିଲାନ୍ସ ଧରାଇଥିଲେ, ଏପରିକି ନିଜ କର୍ମୀଙ୍କ ବିରୁଦ୍ଧରେ ଧାରଣା ଦେଇଥିଲେ । ତାଙ୍କ ୪୧ ବର୍ଷର ରାଜନୈତିକ ଜୀବନ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ ଏକ ଉଦାହରଣ । ବର୍ତମାନ ସମୟ ଆସିଛି ଅନ୍ୟ ଜଣେ ପ୍ରାର୍ଥୀଙ୍କ ଦୁର୍ନୀତି ବିରୁଦ୍ଧରେ ଜଣାଇବା । ନୂଆପଡାବାସୀ ଯଦି ଭୁଲି ଯାଇଛନ୍ତି ଆମେ ମନେ ପକାଇ ଦେଉଛୁ । କେଉଁ ପୂର୍ବତନ ବିଧାୟକ ନକଲି ୟୁରିଆ ସାର ଅଭିଯୋଗରେ ଫେରାର ହେବାକୁ ବାଧ୍ୟ ହୋଇଥିଲେ ? କେଉଁ ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ତିଖାଲୀ ଡ୍ୟାମ ପ୍ରୋଜେକ୍ଟରେ ନିଜକୁ ଚାଷୀ ଦର୍ଶାଇ କୋଟି କୋଟି ଟଙ୍କା ହଡପ କରିଥିଲେ ଓ ପରେ ଫେରେଇ ଥିଲେ ?
କିଏ ପୁତୁରାଙ୍କ ନାମରେ ଟ୍ରକରେ କିରୋସିନି ମିଶାଉଥିଲେ ।
କାହା ପରିବାରଙ୍କ ନାମରେ ସିମେଣ୍ଟ ଘୋଟଲା ମାମଲା ଥିଲା ?
କିଏ ପୁରୁଣା ଟ୍ରାନ୍ସଫରମରରେ ରଙ୍ଗ ବୋଳି କୋଟି କୋଟି ଟଙ୍କା ଚଳୁ କରିଥିଲା ?
କିଏ ବୋରୱେଲ ଏଜେନ୍ସି କରି ଟଙ୍କା ଖାଇଥିଲା ?
କିଏ ବିଧାୟକ ପାଣ୍ଠିରୁ ନିଜ ସହଯୋଗୀଙ୍କ ନାମରେ ଟେଣ୍ଡର କରି ମିଥ୍ୟା ବିଲ କରିଥିଲା ?
କିଏ ପଶ୍ଚିମ ଓଡିଶା ବିକାଶ ପରିଷଦ କାମର ୧୦% ପିସି ବ୍ୟବସ୍ଥା କରିଥିଲା ?
କିଏ ମିଲରଙ୍କ ସହିତ ମିଶି କଟନୀ ଛଟଣୀକୁ ପ୍ରୋ୍ସାହିତ କରିଥିଲା ?
ନୂଆପଡାବାସୀଙ୍କୁ ଆହ୍ୱାନ ଏସବୁ ପ୍ରଶ୍ନ ଉତ୍ଥାପନ କରନ୍ତୁ ।
ଅନ୍ୟ ଏକ ଦଳର ପ୍ରାର୍ଥୀନୀ ବିଧାୟିକା ଥିଲେ ମନ୍ତ୍ରୀ ମଧ୍ୟ ଥିଲେ ହେଲେ ଜଣେ ନେତାଙ୍କୁ ଜନତା ଯେତେ ଟାହି ଟାପରା କଲେ ମଧ୍ୟ ପିସି ରାଣୀ ବୋଲି କହିବାର ନିଶ୍ଚୟ ବିଶେଷତ୍ୱ ଅଛି । ଜଣେ ପିସି ରାଣୀ ନିଜ ମଣ୍ଡଳୀରେ ହାରିଯିବା ସତ୍ୱେ ନୂଆପଡାରେ ପ୍ରାର୍ଥୀ ହେବାର ଯୋଗ୍ୟତା ଅଛି କି । ତାଙ୍କ ସ୍ୱାମୀ ଆରଏମସି ସେକ୍ରେଟାରୀ ଥିଲେ କିନ୍ତୁ ସେ ପ୍ରକୃତରେ ସୁପର ବିଧାୟକ ଓ ମନ୍ତ୍ରୀ ଥିଲେ । କହିବା ବାହୁଲ୍ୟ, ସାଧୁତା ସଚ୍ଚୋଟତା ଯେତେ ଚୁଲିକି ଗଲେ ମଧ୍ୟ ପ୍ରାର୍ଥୀଙ୍କ ମୂଳଭୂତ ସଚ୍ଚୋଟତା ନଥିଲେ ସିଏ ବିଧାୟକ ହେବା ଯୋଗ୍ୟ କି ? ତେଣୁ ଏହି ଉପନିର୍ବାଚନରେ ଦୁର୍ନୀତି ଏକ ମୁଦ୍ଦା ହେବା ନିତାନ୍ତ ଜରୁରୀ । କାରଣ ଜଣେ ଦୁର୍ନୀତିଗ୍ରସ୍ତ ବିଧାୟକ ସାଧାରଣ ଜନତାଙ୍କ ଅଧିକାର ପାଇଁ ଲଢେଇ କରିବେ ନାହିଁ । ନୂଆପଡ଼ା ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ରଙ୍କ ସଂଯୋଜନାରେ ଆଜିର ସାମ୍ବାଦିକ ସମ୍ମୀଳନୀରେ ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ ଓ କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଦ୍ରୌପଦୀ ମାଝୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking