ଭୁବନେଶ୍ୱର: ପୁରୀ ଜିଲ୍ଲାରେ ବିଜେଡିର ହରତାଳ ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପୁରୀ ଜିଲ୍ଲା ବିଜେଡି ସଭାପତି ଉମା ସାମନ୍ତରାୟ ଓ ଦିଲୀପ ନାୟକ ଟାର୍ଗେଟ କରିଛନ୍ତି । ପୀଡିତାଙ୍କ ବୟାନ କାହିଁକି ଚାରି ଚାରି ଥର ରେକର୍ଡ କରାଯାଇଥିଲା । ପୀଡିତା ବଞ୍ଚିଥିଲା ବେଳେ କାହିଁକି ପ୍ରକାଶ କଲେ ନାହିଁ । ପୀଡିତା ମଲା ପରେ ପ୍ରକାଶ କରାଯାଉଛି , ପୀଡିତା ସୁଇସାଇଡ କରିଛି । ପୀଡିତାର ମା କାହିଁକି ଥାନାରେ ଏତଲା ଦେଇଥିଲେ । ପୀଡିତା କାହିଁକି କହିଥିଲା ମୋତେ ଜବରଦସ୍ତ ପୋଡି ଦିଆଗଲା ବୋଲି । ବଳଙ୍ଗା ପୀଡିତାଙ୍କ ବାପାଙ୍କ ଉପରେ ଚାପ ପକାଇ ମତ ବଦଳାଯାଉଛି । ବାଲେଶ୍ୱରରେ ଯେପରି ଅର୍ଥ ଦେଇ ମତ ବଦଳାଗଲା ଏଠି ବି ସେପରି । ଦିଲ୍ଲୀରେ ଚିକିତ୍ସା ବେଳେ କିଛି କହିଲେନି , ଆଜି କହୁଛନ୍ତି ସୁଇସାଇଡ ବୋଲି । ୨୦ ଲକ୍ଷ ଲେଖାଏଁ ଲାଞ୍ଚ ଦେଇ ମୁହଁ ବନ୍ଦ କରାଯାଇଛି କହିଲେ ଦିଲୀପ ନାୟକ । ବିଜେଡିର ଅଭିଯୋଗ ନେଇ ପୀଡିତା ବାପାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।









