28.1 C
Bhubaneswar
Friday, July 18, 2025
Homeଦେଶ ବିଦେଶଅପରେସନ ‘ସିନ୍ଦୂର’: ଅଣ୍ଡରୱାର୍ଲଡ ଡନ୍‌ମାନଙ୍କୁ ଛନକା

ଅପରେସନ ‘ସିନ୍ଦୂର’: ଅଣ୍ଡରୱାର୍ଲଡ ଡନ୍‌ମାନଙ୍କୁ ଛନକା

ନୂଆଦିଲ୍ଲୀ: ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଅଣ୍ଡରୱାର୍ଲଡ ଡନ୍‌ମାନଙ୍କୁ ଛନକା ପଶିଛି । ଗିରଫ ଭୟରେ ସେମାନେ ପାକିସ୍ତାନର ବିଭିନ୍ନ ପ୍ରମୁଖ ସହରରେ ଆତ୍ମଗୋପନ କରିଥିଲେ । ପାକ୍‌ ସରକାର ସେମାନଙ୍କୁ ଆରାମରେ ରହିବାକୁ ଅନୁମତି ଦେଇଥିଲା । କିନ୍ତୁ ଏବେ ଭାରତର ଅପରେସନ ‘ସିନ୍ଦୂର’ ଯୋଗୁ ପାକିସ୍ତାନ ଥରହର । କରାଚୀଠାରୁ ଲାହୋର ପର୍ଯ୍ୟନ୍ତ ସବୁଠି ଭାରତୀୟ ମିସାଇଲ ଓ ଡ୍ରୋନ୍‌ ହମଲା ହେଉଛି । ଫଳରେ ଅଣ୍ଡରୱାର୍ଲଡ ଡନ୍‌ମାନେ ଥଳକୂଳ ନ ପାଇ ଅନ୍ୟ କେଉଁଆଡ଼େ ପଳାୟନ କରୁଛନ୍ତି । ତାଲିକାର ପ୍ରଥମ ସ୍ଥାନରେ ଥିବା ଦାଉଦ ଇବ୍ରାହିମ କରାଚୀର କ୍ଲିଫ୍‌ଟନ ଅଞ୍ଚଳରେ ରହୁଥିଲା । ଏବେ ସେଠାରେ ସେ ନ ଥିବା ରିପୋର୍ଟ ଆସିଛି ।

ରିପୋର୍ଟ ମୁତାବକ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦାଉଦ ଇବ୍ରାହିମ ଓ ତା’ର ପରିବାରକୁ ଦେଶର ଅନ୍ୟ କୌଣସି ସ୍ଥାନକୁ ନେଇଯାଇଛି । ୨୦୦୧ରୁ ଦାଉଦ କରାଚୀରେ ରହିଆସୁଥିଲା । ଅନ୍ୟ କେତେକ ସୂତ୍ରରୁ ପ୍ରକାଶ, ଭାରତ ଅପରେସନ ସିନ୍ଦୂରରେ ଯେଉଁଭଳି ଭାବେ କରାଚୀ ଉପରେ ବାରମ୍ବାର ଡ୍ରୋନ୍‌ ଓ ମିସାଇଲ ହମ୍‌ଲା କଲା, ତାହାଦ୍ୱାରା ଦାଉଦର ଠିକଣା ଧୂଳିସାତ୍‌ ହୋଇଯାଇଛି । ପ୍ରିସିଜନ୍‌ ଷ୍ଟ୍ରାଇକ୍‌ରେ ଦାଉଦ ପ୍ରାଣ ହରାଇ ଥାଇପାରେ ବୋଲି କୁହାଯାଉଛି । ଏହା ପୂର୍ବରୁ ଭାରତୀୟ ଏଜେନ୍ସିମାନେ ତାକୁ ମାରିବା ପାଇଁ ତିନି ଥର ଉଦ୍ୟମ କରି ବିଫଳ ହୋଇଥିଲେ ।

୧୯୮୬ରେ ଦାଉଦ ଭାରତ ଛାଡ଼ି ଦୁବାଇ ପଳାଇଥିଲା । ସେଠାରେ ସେ ‘ହ୍ୱାଇଟ୍‌ ହାଉସ୍‌’ ନାମକ ଏକ ବଙ୍ଗଳା କିଣି ନିଜ ଗ୍ୟାଙ୍ଗ୍‌ ଚଳାଉଥିଲା । ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଘଟଣା ନେଇ ତା’ର ବଙ୍ଗଳାରେ ହିଁ ଷଡ଼ଯନ୍ତ୍ର ହୋଇଥିଲା । ଏହି ସମୟରେ ସେ ଟାଇଗର୍‌ ମେମନ୍‌କୁ ଭେଟିଥିଲା । ମୁମ୍ବାଇ ବିସ୍ଫୋରଣ ପରେ ଭାରତ ସରକାର ଦାଉଦକୁ ଆତଙ୍କବାଦୀ ଘୋଷଣା କରିଥିଲେ । ଏହାପରେ ସେ ଦୁବାଇରୁ କରାଚୀ ପଳାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking