14.1 C
Bhubaneswar
Wednesday, January 14, 2026
Homeଖେଳଅପରସନ୍ ସିନ୍ଦୂର: ପାକିସ୍ତାନର ଜବାବୀ ଆକ୍ରମଣ; ପଞ୍ଜାବ-ଦିଲ୍ଲୀ ଆଇପିଏଲ୍ ମ୍ୟାଚ୍ ରଦ୍ଦ

ଅପରସନ୍ ସିନ୍ଦୂର: ପାକିସ୍ତାନର ଜବାବୀ ଆକ୍ରମଣ; ପଞ୍ଜାବ-ଦିଲ୍ଲୀ ଆଇପିଏଲ୍ ମ୍ୟାଚ୍ ରଦ୍ଦ

ଧର୍ମଶାଳା: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଗୁରୁବାର ପଞ୍ଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ୍ ମ୍ୟାଚ୍‌କୁ ରଦ୍ଦ କରିଦିଆଯାଇଛି। ଏହି ମ୍ୟାଚ୍ ଦୁଇ ଟିମ୍ ମଧ୍ୟରେ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚ୍‌ପିସିଏ) ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଥିଲା। ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ମାତ୍ର ୧୦.୧ ଓଭର୍ ଖେଳ ପରେ ମ୍ୟାଚ୍‌କୁ ରଦ୍ଦ କରାଯାଇଛି। ସତର୍କତାମୂଳକ ଭାବେ ଷ୍ଟାଡିୟମ୍‌ର ସମସ୍ତ ଫ୍ଲଡ୍ ଲାଇଟ୍ ଲିଭାଇ ଦିଆଯାଇଛି। ବିସିସିଆଇ ଅଧିକାରୀ ଦୁଇ ଟିମ୍‌ର ଖେଳାଳି ଏବଂ ଦର୍ଶକଙ୍କୁ ତୁରନ୍ତ ଏଚ୍‌ପିସିଏ ଷ୍ଟାଡିୟମ୍ ବାହାରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଦର୍ଶକମାନେ ପାକିସ୍ତାନ ମୁର୍ଦ୍ଦାବାଦ ସ୍ଳୋଗାନ ଦେଉଥିବା ଶୁଣିବାକୁ ମିଳିଥିଲା। ବିସିସିଆଇ ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ ବ୍ରଡ୍‌କାଷ୍ଟର୍‌ଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା ପାଇଁ ଯୋଜନା କରୁଥିବା ଜଣାଯାଇଛି। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି, ଏପରି ସ୍ଥିତିରେ ଖେଳାଳିଙ୍କ ସୁରକ୍ଷା ଆମର ପ୍ରାଥମିକତା। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି। ଆସନ୍ତାକାଲିର ପରିସ୍ଥିତି ଉପରେ ଟୁର୍ଣ୍ଣାମେଣ୍ଟ୍‌ର ଭବିଷ୍ୟତ ନିର୍ଭର କରୁଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ଜବାବୀ ଆକ୍ରମଣ ପରେ ଆଇପିଏଲ୍ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଜରୁରୀ ବୈଠକ ଆହୂତ କରାଯାଇଛି। ବୈଠକରେ ଟୁର୍ଣ୍ଣାମେଣ୍ଟ୍‌ର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯିବାର ସମ୍ଭାବନା ରହିଛି। ମ୍ୟାଚ୍ ବନ୍ଦ ବେଳକୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ପଞ୍ଜାବ କିଙ୍ଗ୍‌ସ ୧୦.୧ ଓଭର୍ ବେଳକୁ ୧ ୱିକେଟ୍ ହରାଇ ୧୨୨ ରନ୍ କରିଥିଲା। ପ୍ରିୟାଂଶ ଆର୍ଯ୍ୟ ୫ ଚୌକା ଓ ଛଅ ଛକା ସହାୟତାରେ ୩୪ ବଲ୍‌ରେ ୭୦ ରନ୍ କରି ଆଉଟ୍ ହୋଇଥିଲେ। ପ୍ରଭସିମ୍‌ରନ୍ ସିିଂହ ୨୮ ବଲ୍‌ରେ ୫୦ ରନ୍ ଏବଂ କ୍ୟାପ୍‌ଟେନ୍ ଶ୍ରେୟସ୍ ଆୟର୍ (୦) ଅପରାଜିତ ଫେରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking