23.1 C
Bhubaneswar
Sunday, December 28, 2025
Homeଦେଶ ବିଦେଶଅପରେସନ୍ ସିନ୍ଦୁର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ପ୍ରତୀକ: ମୋଦି

ଅପରେସନ୍ ସିନ୍ଦୁର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ପ୍ରତୀକ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୯ତମ ଏପିସୋଡ୍। ଏହା ଏହି ବର୍ଷର ଶେଷ ଏପିସୋଡ୍। ୨୦୨୫ ବର୍ଷର ସଫଳତା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଦେଶକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ ଅପରେସନ୍ ସିନ୍ଦୁର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ପ୍ରତୀକ। ବିଶ୍ୱ ସ୍ପଷ୍ଟ ଭାବରେ ଦେଖିଲା ଯେ ଆଜିର ଭାରତ ସୁରକ୍ଷାରେ କେବେ ସାଲିସ୍ କରେ ନାହିଁ। ‘ଅପରେସନ୍ ସିନ୍ଦୂର’ ସମୟରେ, ବିଶ୍ୱର ପ୍ରତ୍ୟେକ କୋଣରୁ ଭାରତ ମାତାଙ୍କ ପ୍ରତି ପ୍ରେମ ଏବଂ ଭକ୍ତିର ପ୍ରତିଛବି ଉଭା ହୋଇଥିଲା। ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀରେ ମଧ୍ୟ ଏହି ସମାନ ଭାବନା ଦେଖିବାକୁ ମିଳିଥିଲା। ସେ ଆହୁରି କହିଛନ୍ତି ଯେ ଚଳିତ ବର୍ଷ ଅନେକ ସଫଳତା ପାଇଛି ଭାରତ। ମହାକାଶଠାରୁ କ୍ରୀଡା ପର୍ଯ୍ୟନ୍ତ ଭାରତକୁ ସଫଳତା ମିଳିଛି। ଭାରତର ବଡ ଶକ୍ତି ‘ଯୁବ ଶକ୍ତି’, ଦେଶ ଏହାକୁ ନେଇ ଗର୍ବ କରେ। ପ୍ରତ୍ୟେକ କ୍ଷେତ୍ରରେ ଭାରତ ନିଜର ଛାପ ଛାଡିଛି। କ୍ରୀଡା କ୍ଷେତ୍ରରେ ଭାରତର ଝିଅ ଦେଶର ଟେକ ରଖିଛନ୍ତି। ଦୁବାଇରେ କନ୍ନଡ ପାଠଶାଳା ଭାଷାକୁ ବଡ ଉପଲବ୍ଧି ମିଳିଛି।

ମୋଦୀ କହିଛନ୍ତି ଯେ ୨୦୨୫ ମସିହାରେ ବିଶ୍ୱାସ, ସଂସ୍କୃତି ଏବଂ ଭାରତର ଅନନ୍ୟ ଐତିହ୍ୟ ଏକାଠି ହୋଇଛନ୍ତି। ବର୍ଷ ଆରମ୍ଭରେ ପ୍ରୟାଗରାଜ ମହାକୁମ୍ଭର ଆୟୋଜନ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି। ବର୍ଷ ଶେଷରେ ଅଯୋଧ୍ୟାର ରାମ ମନ୍ଦିରରେ ପତାକା ଉତ୍ତୋଳନ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବରେ ଭରି ଦେଇଛି। ଲୋକମାନେ ସ୍ୱଦେଶୀ ଉତ୍ପାଦ ପ୍ରତି ମଧ୍ୟ ବହୁତ ଉତ୍ସାହ ଦେଖାଇଛନ୍ତି। ଲୋକମାନେ କେବଳ ଭାରତୀୟଙ୍କ କଠିନ ପରିଶ୍ରମରେ ତିଆରି ସାମଗ୍ରୀ କିଣୁଛନ୍ତି। ଆଜି, ଆମେ ଗର୍ବର ସହିତ କହିପାରିବା ଯେ ୨୦୨୫ ଭାରତକୁ ଆହୁରି ଆତ୍ମବିଶ୍ୱାସ ଦେଇଛି। ବିଜ୍ଞାନ ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ଭାରତ ବହୁତ ଆଗକୁ ବଢ଼ିଛି। ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ପରିବେଶ ସୁରକ୍ଷା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ସହିତ ଜଡିତ ଅନେକ ପଦକ୍ଷେପ ମଧ୍ୟ ୨୦୨୫କୁ ସ୍ୱତନ୍ତ୍ର କରିଛି। ଭାରତରେ ଚିତାବାଘଙ୍କ ସଂଖ୍ୟା ଏବେ ୩୦ରୁ ଅଧିକ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟ୍ ଠାରୁ ଆରମ୍ଭ କରି କ୍ରୀଡ଼ାର ପ୍ରତ୍ୟେକ ବିଭାଗ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ କ୍ରୀଡା ଦୃଷ୍ଟିରୁ ମଧ୍ୟ ୨୦୨୫ ଏକ ସ୍ମରଣୀୟ ବର୍ଷ ଥିଲା। ଆମର ପୁରୁଷ କ୍ରିକେଟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଥିଲା। ଭାରତର ଝିଅମାନେ ମହିଳା ଦୃଷ୍ଟିହୀନ ଟି – ୨୦ ବିଶ୍ୱକପ୍ ଜିତି ଇତିହାସ ରଚିଥିଲେ। ବିଶ୍ୱ ଚାମ୍ପିଅନସିପରେ ବହୁ ପଦକ ଜିତି, ପାରା-ଆଥଲେଟମାନେ ପ୍ରମାଣ କରିଛନ୍ତି ଯେ କୌଣସି ପ୍ରତିବନ୍ଧକ ଦୃଢ଼ମନା ଲୋକଙ୍କୁ ଅଟକାଇ ପାରିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking