20.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଅପରେସନ ମହାଦେବ: ୩ ଆତଙ୍କବାଦୀ ସଫା

ଅପରେସନ ମହାଦେବ: ୩ ଆତଙ୍କବାଦୀ ସଫା

ଜମ୍ମୁ କାଶ୍ମୀର: ଶ୍ରୀନଗରରେ ସେନାର ଅପରେସନ ‘ମହାଦେବ’। ସୋମବାର ଶ୍ରୀନଗରର ହରୱାନ ଅଞ୍ଚଳର ଦାଚିଗାମ ଜାତୀୟ ଉଦ୍ୟାନ ନିକଟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଅଧିକାରୀଙ୍କ ଅନୁଯାୟୀ, ଗୁପ୍ତ ସୂଚନା ଆଧାରରେ ସୁରକ୍ଷା ବାହିନୀ ହରୱାନର ମୁଲନାର ଅଞ୍ଚଳରେ ଏକ ଆତଙ୍କବାଦୀ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନ୍ କରୁଥିବା ସମୟରେ ଦୂରରୁ ଦୁଇ ରାଉଣ୍ଡ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା। ସେମାନେ କହିଛନ୍ତି ଯେ ଅତିରିକ୍ତ ବାହିନୀକୁ ସେହି ଅଞ୍ଚଳକୁ ପଠାଯାଇଛି ଏବଂ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଘେରାବନ୍ଦୀ ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking