18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶହରିଆଣାରେ ପୁଣିଥରେ ଅପରେସନ ଲୋଟସ୍‌; ଶୈଲଜାଙ୍କୁ ବିଜେପିରେ ଯୋଗଦେବାକୁ କହିଲେ ଖଟ୍ଟର

ହରିଆଣାରେ ପୁଣିଥରେ ଅପରେସନ ଲୋଟସ୍‌; ଶୈଲଜାଙ୍କୁ ବିଜେପିରେ ଯୋଗଦେବାକୁ କହିଲେ ଖଟ୍ଟର

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ହରିଆଣାରେ ଏବେ ଅପରେସନ୍ ଲୋଟସ୍‌କୁ ସକ୍ରିୟ କରାଯାଇଛି। ଏନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଂଗ୍ରେସର ବରିଷ୍ଠ ନେତ୍ରୀ କୁମାରୀ ଶୈଲଜାଙ୍କୁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେର କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ବିଜେପିରେ ସାମିଲ ହେବାକୁ ଆମନ୍ତ୍ରଣ କରିବାକୁ ନେଇ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ବିଜେପିର ଅପରେସନ ଲୋଟସ ପ୍ରୟାସ ହେଉଥିବା ଅଭିଯୋଗ ମଧ୍ୟ ହୋଇଛି। ବିଜେପି ଶୈଳଜାଙ୍କୁ ଦଳରେ ଯୋଗଦେବାକୁ ପ୍ରସ୍ତାବ ଦେବା ପରେ କଂଗ୍ରେସରେ ଫାଟ ବଢ଼ିବାରେ ଲାଗିଥିବା ଚର୍ଚ୍ଚା ହେଉଛି।

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ଭଉଣୀ କୁମାରୀ ଶୈଲଜା କଂଗ୍ରେସରେ ଅପମାନିତ ହୋଇଛନ୍ତି। ଆମ ସହ ଅନେକ ନେତାଙ୍କୁ ସାମିଲ କରିଛୁ ଏବଂ ଆମେ ତାଙ୍କୁ ସାଙ୍ଗରେ ନେବାକୁ ପ୍ରସ୍ତୁତ ଅଛୁ। କଂଗ୍ରେସରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ଏବଂ ବର୍ତ୍ତମାନ ସେ ଘରେ ବସିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଭୁପିନ୍ଦର ସିଂ ହୁଡା ଏବଂ ଗାନ୍ଧୀ ପରିବାରକୁ ଦୋଷାରୋପ କରି ଖଟ୍ଟର କହିଛନ୍ତି, ଏହି ଅପମାନ ସତ୍ତ୍ୱେ ସେମାନେ ଲଜ୍ଜିତ ଅନୁଭବ କରୁ ନାହାନ୍ତି। ଖଟ୍ଟରଙ୍କ ମନ୍ତବ୍ୟ ହରିୟାଣାର ନିର୍ବାଚନ ରାଜନୀତିରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ବିଶେଷ କରି ଯେତେବେଳେ କୁମାରୀ ଶୈଲଜା ଗତ ସପ୍ତାହରୁ କଂଗ୍ରେସର ନିର୍ବାଚନ ଅଭିଯାନରୁ ଦୂରେଇ ରହିଛନ୍ତି। ଯଦିଓ ସେ ତାଙ୍କ ଘରେ ସମର୍ଥକଙ୍କୁ ଭେଟୁଛନ୍ତି, ତଥାପି ତାଙ୍କୁ ଏହି ଅଞ୍ଚଳରେ ସକ୍ରିୟ ଦେଖାଯାଉ ନାହିଁ। ଦଳିତ ଭୋଟ୍ ବ୍ୟାଙ୍କ ରାଜନୀତି କରୁଥିବା ଦଳ ମଧ୍ୟ ଶୈଲଜାଙ୍କୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରୁଛନ୍ତି।

ପ୍ରକାଶ, ଗତ ସେପ୍ଟେମ୍ବର ୧୩ରେ, ଶୈଲଜା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଥିଲେ। ସେବେଠାରୁ ସେ ହରିଆଣାରେ ନିର୍ବାଚନ ଅଭିଯାନରେ ଭାଗ ନେଇନାହାନ୍ତି କିମ୍ବା ସୋସିଆଲ ମିଡିଆରେ ସକ୍ରିୟ ନାହାନ୍ତି। ଏହି ସମୟରେ ବିଜେପି କଂଗ୍ରେସକୁ ଟାର୍ଗେଟ କରି କହିଛି ଯେ ଯେତେବେଳେ କଂଗ୍ରେସ ନିଜର ଦଳିତ ନେତା କୁମାରୀ ଶୈଲଜାଙ୍କୁ ସମ୍ମାନ ଦେଇ ପାରିନାହିଁ, ତା’ହେଲେ ରାଜ୍ୟର ବାକି ଦଳିତଙ୍କର କ’ଣ କରିବ? ଶୈଲଜାଙ୍କ ଅସନ୍ତୋଷ ହରିୟାଣାର ନିର୍ବାଚନ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking