ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାରେ ୨ ମାସରେ ଅପରାଧ ନିୟନ୍ତ୍ରଣ ନେଇ ସୂଚନା ମିଳିଛି। ପ୍ରେସ୍ମିଟ୍ କରି ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି ଓ ସମ୍ବଲପୁର ଏସ୍ପି ହିମାଂଶୁ କୁମାର ଲାଲ। ଡିଜିପିଙ୍କ ନିର୍ଦ୍ଦେଶରେ ଅପରେସନ ‘ଗରୁଡ଼’ ସଫଳ ହୋଇଛି କହିଲେ। ୨୪ ଘଣ୍ଟା ଭିତରେ ବିଭିନ୍ନ ଅପରାଧିଙ୍କୁ ଧରିବାରେ ସଫଳ ହୋଇଛୁ। ୫ ଶହରୁ ଊର୍ଦ୍ଧ୍ବ ଏନବିଡବ୍ଲୁ କାର୍ଯ୍ୟକାରୀ କରାଯାଇଛି। ୧୮୦ରୁ ଊର୍ଦ୍ଧ୍ବ ଅବକାରୀ ମାମଲା ମଧ୍ୟ ରୁଜୁ କରାଯାଇଛି। ଜୁନ୍ ମାସରେ ସ୍ପେଶାଲ ଡ୍ରାଇଭ୍ ଜରିଆରେ ୨୫୨ ମହିଳା, ଶିଶୁ ଉଦ୍ଧାର କରାଯାଇଛି।










