ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍.ପି. ଓ ଡି.ସି.ପି.ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର କ୍ରାଇମ୍ ୟୁନିଟ୍ ମାନଙ୍କ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ଅଭିଯାନ ଅଧୀନରେ ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଏବଂ ଏଥିରେ ସମ୍ପୃକ୍ତ ସହାୟକମାନଙ୍କୁ ଚିହ୍ନଟ କରାଯାଇ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଏପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ମୋଟ ୧୮,୧୧୯ଟି ମ୍ୟୁଲ୍/ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି। ଏହାମଧ୍ୟରୁ ମ୍ୟୁଲ୍ ବ୍ୟାଙ୍କ ସମ୍ପର୍କିତ ୬୨୩ଟି ସାଇବର ମାମଲା, ଏଟିଏମ୍ ଟଙ୍କା ଉଠାଣ ସମ୍ପର୍କିତ ୨୮ଟି, ଚେକ୍ ଟଙ୍କା ଉଠାଣ ସମ୍ପର୍କିତ ୨୩ଟି ଏବଂ ନକଲି ସିମ୍/PoS ସମ୍ପର୍କିତ ୧୩ଟି ମାମଲା ରୁଜୁ କରାଯାଇଛି। ଏହାସହ ମୋଟ ୨୬୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ନୂଆ ମାମଲା ଓ ୧୪୧ଟି ପୁରୁଣା ଏଫ୍.ଆଇ.ଆର୍ ସଂପୃକ୍ତ ୪,୧୫୨ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ/ସହାୟକଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି। ଏହି ବିଶେଷ ଅଭିଯାନରେ ଜଗତସିଂହପୁର ଜିଲ୍ଲା ପୋଲିସ ୧୦୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୬ଟି ମାମଲା ରୁଜୁ କରିଥିବା ବେଳେ ୧୭ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ସେହିପରି ଯାଜପୁର ଜିଲ୍ଲା ପୋଲିସ ୨୮୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୫ଟି ମାମଲା ରୁଜୁ କରି ୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୩୩ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ୮୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ବ୍ୟାଙ୍କ ସଂପୃକ୍ତ ୧ଟି, ଏଟିଏମ୍ ଟଙ୍କା ଉଠାଣ ସଂପୃକ୍ତ ୧ଟି ଏବଂ ଚେକ୍ ମାଧ୍ୟମରେ ଟଙ୍କା ଉଠାଣ ସଂପୃକ୍ତ ୨ଟି ମାମଲା ରୁଜୁ କରି ୭ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ଖୋର୍ଦ୍ଧା ଜିଲ୍ଲା ପୋଲିସ ୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ବ୍ୟାଙ୍କ ସଂପୃକ୍ତ ୨ଟି, ଏଟିଏମ୍ ଟଙ୍କା ଉଠାଣ ସଂପୃକ୍ତ ୬ଟି ଏବଂ ଚେକ୍ ଟଙ୍କା ଉଠାଣ ସଂପୃକ୍ତ ୧ଟି ମାମଲା ରୁଜୁ କରି ୩ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି।
ପୁରୀ ଜିଲ୍ଲା ପୋଲିସ ୬୫୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧୬ଟି ମାମଲା ରୁଜୁ କରି ୨ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ସେହିପରି ବରଗଡ଼ ଜିଲ୍ଲା ପୋଲିସ ୨୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରି ୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୧୦ଜଣଙ୍କୁ ନୋଟିସ୍ ଜାରି କରିଛି। ବଲାଙ୍ଗିର ଜିଲ୍ଲା ପୋଲିସ ୧୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୪ଟି ମାମଲା ରୁଜୁ କରିଛି। ଝାରସୁଗୁଡ଼ା ଜିଲ୍ଲା ପୋଲିସ ୧୮୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୩ଟି ମାମଲା ରୁଜୁ କରି ୧୬ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ସମ୍ବଲପୁର ଜିଲ୍ଲା ପୋଲିସ ୪୯୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୪ଟି ମାମଲା ରୁଜୁ କରି ୮ଜଣଙ୍କୁ ନୋଟିସ୍ ଜାରି କରିଛି। ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ୨ଟି ମାମଲା ରୁଜୁ କରି ୧୪ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ରାଉରକେଲା ଜିଲ୍ଲା ପୋଲିସ ୫୪ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧୧ଟି ମାମଲା ରୁଜୁ କରି ୧୨ଜଣଙ୍କୁ ନୋଟିସ୍ ଜାରି କରିଛି। ସୁନ୍ଦରଗଡ଼ ଜିଲ୍ଲା ପୋଲିସ ୬୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧୨ଟି ମାମଲା ରୁଜୁ କରି ୧୨ଜଣଙ୍କୁ ନୋଟିସ୍ ଜାରି କରିଛି।ବାଲେଶ୍ୱର ଜିଲ୍ଲା ପୋଲିସ ୨୧୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୬ଟି ମାମଲା ରୁଜୁ କରି ୨୫ଜଣଙ୍କୁ ନୋଟିସ୍ ଜାରି କରିଛି। ଭଦ୍ରକ ଜିଲ୍ଲା ପୋଲିସ ୩୨୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ମାମଲା ରୁଜୁ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨୩ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି।
ମୟୂରଭଞ୍ଜ ଜିଲ୍ଲା ପୋଲିସ ୧୮୪ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୩ଟି ମାମଲା ରୁଜୁ କରି ୩୪ଜଣଙ୍କୁ ନୋଟିସ୍ ଜାରି କରିଛି। କଟକ (UPD) ଜିଲ୍ଲା ପୋଲିସ ୨୫୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ମାମଲା ରୁଜୁ କରି ୫୧ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ଗଞ୍ଜାମ ଜିଲ୍ଲା ପୋଲିସ ୨୨୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ବ୍ୟାଙ୍କ ସଂପୃକ୍ତ ୬ଟି ଏବଂ ଏଟିଏମ୍ ଟଙ୍କା ଉଠାଣ ସଂପୃକ୍ତ ୧ଟି ମାମଲା ରୁଜୁ କରି ୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨୬ଜଣଙ୍କୁ ନୋଟିସ୍ ଜାରି କରିଛି। ଅନୁଗୁଳ ଜିଲ୍ଲା ପୋଲିସ ୨୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୩ଟି ମାମଲା ରୁଜୁ କରି ୮୦ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ଦେବଗଡ଼ ଜିଲ୍ଲା ପୋଲିସ ୧୬୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ମାମଲା ରୁଜୁ କରି ୫ଜଣଙ୍କୁ ନୋଟିସ୍ ଜାରି କରିଛି। ନୂଆପଡ଼ା ଜିଲ୍ଲା ପୋଲିସ ୯ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରି ୮ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ସେହିପରି ନୟାଗଡ଼ ଜିଲ୍ଲା ପୋଲିସ ୩୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୫୦ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। କଟକ ଜିଲ୍ଲା ପୋଲିସ ୬୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ନକଲି ସିମ୍/PoS ସଂପୃକ୍ତ ୧ଟି ମାମଲା ରୁଜୁ କରି ୮ଟି ପୁରୁଣା ଏଫ୍.ଆଇ.ଆର୍ ସଂପୃକ୍ତ ୬ଜଣଙ୍କୁ ନୋଟିସ୍ ଜାରି କରିଛି।
କେନ୍ଦୁଝର ଜିଲ୍ଲା ପୋଲିସ ୧୨୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ଭୁବନେଶ୍ୱର (UPD) ଜିଲ୍ଲା ପୋଲିସ ୨୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ପୁରୁଣା ଏଫ୍.ଆଇ.ଆର୍ ସଂପୃକ୍ତ ୨ଜଣଙ୍କୁ ନୋଟିସ୍ ଜାରି କରିଛି। ବ୍ରହ୍ମପୁର ଜିଲ୍ଲା ପୋଲିସ ୫୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ପୁରୁଣା ଏଫ୍.ଆଇ.ଆର୍ ସଂପୃକ୍ତ ୪୨ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ବୌଦ୍ଧ ଜିଲ୍ଲା ପୋଲିସ ୧୧୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧୧୫ଜଣଙ୍କୁ ନୋଟିସ୍ ଜାରି କରିଛି। କନ୍ଧମାଳ ଜିଲ୍ଲା ପୋଲିସ ୧୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨୧ଜଣଙ୍କୁ ନୋଟିସ୍ ଜାରି କରିଛି। ଢେଙ୍କାନାଳ ଜିଲ୍ଲା ପୋଲିସ ୮୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। କଳାହାଣ୍ଡି ଜିଲ୍ଲା ପୋଲିସ ୨୧୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୫୦ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। କୋରାପୁଟ ଜିଲ୍ଲା ପୋଲିସ ୭ଟି ଏବଂ ମାଲକାନଗିରି ଜିଲ୍ଲା ପୋଲିସ ୧୪ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଥିବା ବେଳେ ମାଲକାନଗିରିରେ ୨ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ନବରଙ୍ଗପୁର ଜିଲ୍ଲା ପୋଲିସ ୩୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨୫ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ରାଜ୍ୟବାସୀଙ୍କ ଡିଜିଟାଲ କାରବାରର ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା ପ୍ରତିଶ୍ରୁତିବଦ୍ଧ। ସାଇବର ଅପରାଧ ମୁକ୍ତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନ ଆଗାମୀ ଦିନରେ ଆହୁରି କଡ଼ାକଡ଼ି ହେବ ବୋଲି ଡିଜିପି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।










