24.1 C
Bhubaneswar
Friday, December 26, 2025
Homeଓଡିଶାଅପରେସନ ଜାରି, ଅଧିକ ଟିମ ସାମିଲ: ଏଡିଜି

ଅପରେସନ ଜାରି, ଅଧିକ ଟିମ ସାମିଲ: ଏଡିଜି

କନ୍ଧମାଳ: ଫୁଲବାଣୀରେ ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡା ପ୍ରେସମିଟ କରିଛନ୍ତି । କନ୍ଧମାଳ ଏନକାଉଣ୍ଟରରେ ସାମିଲ ସୁରକ୍ଷାକର୍ମୀଙ୍କୁ ପ୍ରଶଂସା କରିଛନ୍ତି ଏଡିଜି । ଏବେବି ଅପରେସନ ଜାରି ରହିଛି । ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ୩୯ ବର୍ଷ ଧରି ମାଓ ସଂଗଠନରେ ସାମିଲ ଥିଲା ଗଣେଶ ଉଇକେ । ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡରେ ଜଡିତ ଥିଲା ଗଣେଶ । ଓଡିଶାରେ ନକ୍ସଲ ଗତିବିଧିର ସେ ନେତୃତ୍ୱ ନେଉଥିଲା । ଗଣେଶ ସଂଗଠନର ମୁରବି ଥିଲା, ତେଣୁ ତା ମୃତ୍ୟୁ ସଂଗଠନକୁ ଶକ୍ତ ଝଟକା ଲାଗିଛି । ଅଧିକାଂଶ ପାର୍ଟି ଛାଡିବେ ନଚେତ ଆତ୍ମସମର୍ପଣ କରିବେ ।ହିଂସାପଥ ଛାଡି ନକ୍ସଲମାନେ ଆତ୍ମସମର୍ପଣ କରନ୍ତୁ । ମାଓମୁକ୍ତ ପାଇଁ ଆମକୁ ଟାର୍ଗେଟ ଦିଆଯାଇଛି , ମାର୍ଚ୍ଚ ସୁଦ୍ଧା ନିଶ୍ଚୟ ମାଓମୁକ୍ତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking