ଭୁବନେଶ୍ୱର: କ୍ରମାଗତ ‘ଆମ ବସ୍’ ଦୁର୍ଘଟଣା ପରେ ଚେତିଲା ପରିବହନ ବିଭାଗ । ଦୁର୍ଘଟଣା ପରେ ଯାଞ୍ଚ କଡ଼ାକଡ଼ି କରାଯାଇଛି । ବସ୍ ଫିଟନେସ୍, ଚାଳକ ସ୍ଥିତି ଓ ସଡକ ସୁରକ୍ଷା ନିୟମର ଯାଞ୍ଚ ଚାଲିଛି । ପରିବହନ କମିସନର ଅମିତାଭ ଠାକୁରଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ ଡିପୋରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଯାଞ୍ଚ କରୁଛି । ଡିପୋ ବାହାରେ ପୋଲିସ ପକ୍ଷରୁ ବ୍ରେତ ଆନାଲାଇଜର ଜରିଆରେ ଯାଞ୍ଚ ଚାଲିଛି । ବ୍ରେଥ୍ ଆନାଲାଇଜର ଜରିଆରେ ମଦ୍ୟପାନ କରିଛନ୍ତି ନା ନାହିଁ ଯାଞ୍ଚ । ଆଜି ସକାଳେ ‘ଆମ ବସ୍’ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବେଗ ପ୍ରକାଶ କରିବା ସହ ଆମ୍ ବସ୍ ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱାରୋପ କରିଥିଲେ । ଡ୍ରାଇଭରମାନଙ୍କୁ ନିୟମିତ ଟ୍ରେନିଂ ଦେବାକୁ ଦେଇଥିଲେ ନିର୍ଦ୍ଦେଶ । ସେମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ । ଏହା ସହ ଏମଭିଆଇମାନଙ୍କ ଦ୍ୱାରା ଆମ ବସ୍ଗୁଡିକର ଫିଟନେସ୍ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଏପରି ଦୁର୍ଭାଗ୍ୟଜନକ ଘଟଣା ଯେପରି ବାରମ୍ବାର ମଘଟିବ ତାହାର ସମୀକ୍ଷା ନିର୍ଦ୍ଦେଶ ଦେଇଥିଲେ ।









