25.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଅନଲାଇନ୍ ଟ୍ରେନ୍ ଟିକଟ ବୁକିଂ ଠପ୍: ଯାତ୍ରୀ ହନ୍ତ ସନ୍ତ

ଅନଲାଇନ୍ ଟ୍ରେନ୍ ଟିକଟ ବୁକିଂ ଠପ୍: ଯାତ୍ରୀ ହନ୍ତ ସନ୍ତ

ନୂଆଦିଲ୍ଲୀ: ଚାଲୁନି ରେଲୱେ ୱେବସାଇଟ୍ ଆଇଆରସିଟିସି। ଲକ୍ଷ ଲକ୍ଷ ରେଳ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଆଇଆରସିଟିସି ୱେବସାଇଟ୍ ଏବେ ଖୋଲୁନାହିଁ। ମେଣ୍ଟେନାନ୍ସ ଆକ୍ଟିଭିଟି ପାଇଁ ୱେବସାଇଟ୍ ଚାଲୁନଥିବା ଏବଂ ଇ-ଟିକଟ ଉପଲବ୍ଧ ନଥିବା ମେସେଜ୍ ଆସୁଛି। ଯଦି କେହି ତାଙ୍କର ପୁରୁଣ ଟିକଟ କ୍ୟାନସଲ କରିବାକୁ ଚାହୁଁଛନ୍ତି ତେବେ କଷ୍ଟୋମର କେୟାର, ହେଲ୍ପଲାଇନ୍ ନମ୍ଵର ଏବଂ ଇମେଲ୍ ବିଷୟରେ ସୂଚନା ଦିଆଯାଇଛି। ଫଳରେ ଲକ୍ଷାଧିକ ଟ୍ରେନ୍ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ତତ୍କାଳ ଟିକଟ ବୁକିଂ ସମୟରେ ଏହି ସମସ୍ୟା ଦେଖାଦେଇଛି। ସାଧାରଣତଃ ବିଳମ୍ବିତ ରାତିରେ ଆଇଆରସିଟିସିର ମେଣ୍ଟେନାନ୍ସ କାମ ହୋଇଥାଏ। ଦିନରେ ଏଭଳି ୱେବସାଇଟ୍ ବନ୍ଦ ହେବା ଦ୍ଵାରା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଡିସେମ୍ଵର ମାସରେ ଆଜି ଦ୍ଵିତୀୟ ଥର ପାଇଁ ଆଇଆରସିଟିସି ୱେବସାଇଟ୍‌ ଠପ୍ ହୋଇଯାଇଛି। ନୂଆବର୍ଷରେ ଛୁଟି ମନାଇବାକୁ ଲୋକମାନେ ଏବେ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ବୁଲି ବାହାରିଛନ୍ତି କିମ୍ଵା ନିଜ ନିଜ ଗାଁକୁ ଫେରୁଛନ୍ତି। ଯାହାଫଳରେ ଏବେ ଟିକଟ ବୁକିଂ ସଂଖ୍ୟା ଅଧିକ ରହୁଛି। ଏଭଳି ସ୍ଥିତିରେ ଅନଲାଇନ୍ ଟିକଟ ବୁକିଂ ବନ୍ଦ ହେବା ଯୋଗୁଁ ଲୋକମାନେ ହଇରାଣ ହୋଇଛନ୍ତି। ସେପଟେ ୱେବସାଇଟ୍ ଡାଉନ୍ ହେବା ଯୋଗୁଁ ଆଇଆରସିଟିସିର ସେୟାର ବି ୧ ପ୍ରତିଶତ ହ୍ରାସ ପାଇଛି। ଗତ ଏକ ସପ୍ତାହ ମଧ୍ୟରେ ୱେବସାଇଟ୍‌ର ଷ୍ଟକ୍‌ରେ ୪ ପ୍ରତିଶତ ହ୍ରାସ ପାଇଛି। ୨୦୨୪ରେ ସେୟାର ପ୍ରାୟ ୧୦ ପ୍ରତିଶତ ଡାଉନ୍ ହୋଇଛି। ନିବେଶକ ନିରାଶ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking