21.1 C
Bhubaneswar
Friday, December 12, 2025
Homeଦେଶ ବିଦେଶରାଜ୍ୟସଭାରେ ଅନଲାଇନ୍ ଗେମିଂ ବିଲ୍ ପାରିତ

ରାଜ୍ୟସଭାରେ ଅନଲାଇନ୍ ଗେମିଂ ବିଲ୍ ପାରିତ

ନୂଆଦିଲ୍ଲୀ: ଅନଲାଇନ୍ ଗେମିଂ ବିଲ୍ ରାଜ୍ୟସଭାରେ ପାରିତ ହେଲା। ବାଚନିକ ଭୋଟ୍‌ରେ ରାଜ୍ୟସଭାରେ ପାସ୍ ହେଲା ବିଲ୍। ଗତକାଲି ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା। ଆଜି ରାଜ୍ୟସଭାରେ ‘ଅନଲାଇନ୍ ଗେମିଂ ପ୍ରମୋସନ୍ ଆଣ୍ଡ ରେଗୁଲେସନ୍ ବିଲ୍ ୨୦୨୫’ ବିଲ୍ ପାରିତ ହୋଇଛି। ବିରୋଧୀ ସାଂସଦମାନଙ୍କ ନାରାବାଜି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦର ଉଚ୍ଚ ସଦନରେ ଅନଲାଇନ୍ ଗେମିଂ ବିଲ୍ ଆଗତ କରିଥିଲେ। ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଅନଲାଇନ୍ ଗେମିଂ ବିଲ୍ ପାଠ କରି ଏହାକୁ ଭଏସ୍ ଭୋଟ୍ ଦ୍ୱାରା ଗୃହୀତ କରାଇଥିଲେ।

କେନ୍ଦ୍ର ସରକାର ଅନଲାଇନ୍ ମନି ଗେମିଂ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇ ସଂସଦରେ ‘ଅନଲାଇନ୍ ଗେମିଂ ପ୍ରମୋସନ୍ ଆଣ୍ଡ ରେଗୁଲେସନ୍ ବିଲ୍ ୨୦୨୫’ ଆଗତ କରିଥିଲେ। ଏହି ବିଲ୍‌ର ଉଦ୍ଦେଶ୍ୟ ହେଉଛି ସମାଜ ପ୍ରତି ଯେକୌଣସି ବିପଦକୁ ଦୂରେଇ ରଖିବା। ‘ଅନଲାଇନ୍ ଗେମିଂ ବିଲ୍ ୨୦୨୫’ ଉପରେ ପ୍ରତିକ୍ରିୟା ଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ଏହି ବିଲ୍ ଆଗତ ହେବା ପରେ ସମାଜର ଅନେକ ସମସ୍ୟାର ସମାଧାନ ହେବ। ଅନଲାଇନ୍ ମନି ଗେମିଂ ମାଧ୍ୟମରେ ଆତଙ୍କବାଦକୁ ଆର୍ଥିକ ସହାୟତା ଦିଆଯାଉଥିଲା।

ଏହାର ଅନେକ ମାମଲା ସାମ୍ନାକୁ ଆସିଛି। ଏହି ବିଲ୍ ପାରିତ ହେବା ଦ୍ବାରା ଏବେ ଆତଙ୍କବାଦକୁ ଆର୍ଥିକ ସହାୟତା ମିଳିବା କଷ୍ଟ ହେବ। ଏହି ବିଲ୍ ଇ-କ୍ରୀଡାକୁ ପ୍ରୋତ୍ସାହିତ କରିବ ଏବଂ ଏହାକୁ ଆଇନଗତ ସ୍ୱୀକୃତି ମଧ୍ୟ ମିଳିବ। ଇ-କ୍ରୀଡା ସହିତ ‘ଅନଲାଇନ୍ ସୋସିଆଲ୍ ଗେମିଂ’ ପ୍ରୋତ୍ସାହିତ କରିବାରେ ମଧ୍ୟ ସହାୟକ ହେବ ଏହି ବିଲ୍। ଏହି ବିଲ୍ କେବଳ ଏବଂ କେବଳ ଅନଲାଇନ୍ ମନି ଗେମିଂକୁ ବିରୋଧ କରେ। ନିକଟ ଅତୀତରେ, ଏହି ଖେଳଗୁଡିକର ନକାରାତ୍ମକ ପ୍ରଭାବ ଦେଖାଯାଇଛି, ଯାହା ଟଙ୍କା ଠକେଇରେ ମଧ୍ୟ ବ୍ୟବହୃତ ହୋଇଛି। ଲୋକମାନେ ଟଙ୍କା ହରାଇବା ଯୋଗୁଁ ଆତ୍ମହତ୍ୟା ମଧ୍ୟ କରିଛନ୍ତି।”

ତେବେ ଏହି ବିଲ୍ ମାଧ୍ୟମରେ, ପ୍ରଥମ ଥର ପାଇଁ ଇ-କ୍ରୀଡାକୁ ଆଇନଗତ ସ୍ୱୀକୃତି ଦିଆଯାଉଛି। କ୍ରୀଡା ମନ୍ତ୍ରାଳୟ ଇ-କ୍ରୀଡା ପାଇଁ ନିର୍ଦ୍ଦେଶାବଳୀ ସ୍ଥିର କରିବ। ସେମାନଙ୍କର ତାଲିମ-ଗବେଷଣା କେନ୍ଦ୍ର ଏବଂ ପ୍ରଯୁକ୍ତିବିଦ୍ୟା ପ୍ଲାଟଫର୍ମ ମଧ୍ୟ ବିକଶିତ କରାଯିବ। ଏହି ବିଲ୍ ମାଧ୍ୟମରେ ଅନଲାଇନ୍ ସାମାଜିକ ଖେଳକୁ ଆଇନଗତ ସ୍ୱୀକୃତି ଦେବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ସାଢ଼େ ତିନି ବର୍ଷର ବିଚାର-ବିମର୍ଶ ପରେ ଏହି ବିଲ୍ ଉପରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking