31.1 C
Bhubaneswar
Thursday, July 4, 2024
Homeଖେଳଦକ୍ଷିଣ ଆଫ୍ରିକା ବିପକ୍ଷ ଏକକ ଟେଷ୍ଟମ୍ୟାଚ୍‌; ୧୦ ୱିକେଟ୍‌ରେ ବିଜୟୀ ଭାରତୀୟ ମହିଳା ଦଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ଏକକ ଟେଷ୍ଟମ୍ୟାଚ୍‌; ୧୦ ୱିକେଟ୍‌ରେ ବିଜୟୀ ଭାରତୀୟ ମହିଳା ଦଳ

ଚେନ୍ନାଇ: ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଆଜି ପ୍ରତିପକ୍ଷ ସାଉଥ୍ ଆଫ୍ରିକା ମହିଳା ଦଳକୁ ପରାଜିତ କରିଛନ୍ତି । ଭାରତୀୟ ମହିଳା ଟିମ୍ ୧୦ ୱିକେଟ୍‌ରେ ଏହି ଟେଷ୍ଟମ୍ୟାଚ୍‌କୁ ଜିତିନେଇଛନ୍ତି । ସାଉଥ୍ ଆଫ୍ରିକା ବିପକ୍ଷ ଏହି ମ୍ୟାଚ୍‌ରେ ହରମନପ୍ରୀତ୍ କୌରଙ୍କ ଅଧିନାୟକତ୍ୱ ଟିମ୍ ୬୦୩/୬ ରେ ପ୍ରଥମ ଇନିଂସ ଘୋଷଣା କରିଥିଲେ । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୬୬ ରନ୍ କରିପାରିଥିଲା । ଭାରତୀୟ ମହିଳା ବୋଲର ସ୍ନେହରାଣା ସାଉଥ୍ ଆଫ୍ରିକାର ୮ଟି ମୂଲ୍ୟବାନ୍ ୱିକେଟ୍ ନେଇ ଭାରତକୁ ଅଗ୍ରଣୀ କରାଇଥିଲେ । ପରେ ଫଲୋଅନ୍‌ର ଶିକାର ହୋଇ ଦକ୍ଷିଣ ଆଫ୍ରିକା ନିଜ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । କିନ୍ତୁ ଏଥର ମଧ୍ୟ ଦକ୍ଷିଣ ଆଫ୍ରିକା ୩୭୩ ରନ୍‌ରେ ଆଉଟ ହୋଇଯାଇଥିଲା । ନିଜ ଦ୍ୱିତୀୟ ଇନିଂସରେ ସାଉଥ୍ ଆଫ୍ରିକା ଗତକାଲି ଖେଳ ଶେଷ ବେଳକୁ ୨ ୱିକେଟ୍ ହରାଇ ୨୩୨ ରନ୍ କରିଥିଲା । ସାଉଥ୍ ଆଫ୍ରିକା ଅଧିନାୟକ ଲୌରା ୱଲଭାର୍ଟଡ୍ ୯୩ ରନ୍ ଏବଂ ମାରିଜାନେ କାପ୍ ୧୫ ରନ୍‌ରେ ଅପରାଜିତ ଥିଲେ । ତେବେ ଆଜି ଖେଳ ଆରମ୍ଭରୁ ଭାରତୀୟ ବୋଲର ପୁଣିଥରେ ସାଉଥ୍ ଆଫ୍ରିକା ଉପରେ ଭାରି ପଡ଼ିଥିଲେ ।
ସାଉଥ୍ ଆଫ୍ରିକା ଅଧିନାୟକ ଲୌରା ୱଲଭାର୍ଟଡ୍ ବ୍ୟକ୍ତିଗତ ଭାବେ ୯୩ ରନରୁ ନିଜ ଖେଳ ଆରମ୍ଭ କରିଥିବା ବେଳେ ୧୨୨ ରନ୍ କରି ଏଲ୍‌ବିଡବ୍ଲ୍ୟୁ ଆଉଟ୍ ହୋଇ ପାଭିଲିୟନ୍ ଫେରିଥିଲେ । ସେହିପରି ସୁନେ ଲସ୍ ୧୦୯ ରନ୍‌, ନାଦିନେ ଡି ର୍କ୍ଲାକ୍ ୬୧ ରନ୍ କରିଥିଲେ । ସାଉଥ୍ ଆଫ୍ରିକାର ଅନ୍ୟ ବାକି ଖେଳାଳୀ ମଧ୍ୟ ସ୍ୱଳ୍ପ ରନ୍ ବିନିମୟରେ ଆଉଟ୍ ହୋଇ ପାଭିଲିୟନ୍ ଫେରିଥିଲେ । ଦକ୍ଷିଣ ଆଫ୍ରିକା ଭାରତ ସମ୍ମୁଖରେ ମାତ୍ର ୩୦ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା, ଯାହାକୁ ସେଫାଳୀ ବର୍ମା (୨୪) ଏବଂ ଶୁଭ ସତୀଶ (୧୩) ଅପରାଜେୟ ଭାବେ ହାସଲ କରିନେଇଥିଲେ । ୨ଟି ଯାକ ଇନିଂସରେ ମୋଟ୍ ୧୦ ୱିକେଟ୍ ଅକ୍ତିଆର କରିଥିବା ସ୍ନେହ ରାଣାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking