21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଏନକାଉଣ୍ଟରରେ ଜଣେ ଯବାନ ସହିଦ: ସର୍ଚ୍ଚ ଅପରେସନ ଜାରି

ଏନକାଉଣ୍ଟରରେ ଜଣେ ଯବାନ ସହିଦ: ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ଏନକାଉଣ୍ଟରରେ ଜଣେ ଯବାନ ସହିଦ । ଉତ୍ତର କାଶ୍ମୀରର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହି ସମୟରେ ଜଣେ ଯବାନ ସହିଦ ହୋଇଛନ୍ତି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ୧୩ ଦିନ ମଧ୍ୟରେ ଏହା ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ତୃତୀୟ ଏନକାଉଣ୍ଟର ।ସିନ୍ଦୂର ଅପରେସନ୍ ପରେ ସୁରକ୍ଷା ବାହିନୀ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ସେନା ଅପରେସନ୍ ଅଖାଲ ଏବଂ ଅପରେସନ୍ ମହାଦେବ ଚଳାଇଥିଲା। ଅପରେସନ୍ ମହାଦେବ ସମୟରେ 3 ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଆତଙ୍କବାଦୀମାନେ ପାକିସ୍ତାନରୁ ତାଲିମ ନେଇ ଆସିଥିଲେ। ଏହା ପୂର୍ବରୁ ମଧ୍ୟ ସେନା ଅପରେସନ୍ ସମୟରେ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା।ରବିବାର (ଅଗଷ୍ଟ ୧୦) ସକାଳେ କିସ୍ତୱାର ଜିଲ୍ଲାର ଦୁଲ ଅଞ୍ଚଳରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking