19.1 C
Bhubaneswar
Friday, November 22, 2024
Homeଓଡିଶାଏକ ତରଫା ପ୍ରେମ:ହସ୍ପିଟାଲ ଆଗରେ ଯୁବକଙ୍କ ହାଇଡ୍ରାମା

ଏକ ତରଫା ପ୍ରେମ:ହସ୍ପିଟାଲ ଆଗରେ ଯୁବକଙ୍କ ହାଇଡ୍ରାମା

ଭୁବନେଶ୍ବର : ଏକ ତରଫା ପ୍ରେମକୁ ନେଇ ହସ୍ପିଟାଲ ଆଗରେ ଯୁବକଙ୍କ ହାଇଡ୍ରାମା । ତୁ ମୋତେ ଛାଡ଼ି ଆଉ କାହାକୁ ପ୍ରେମ କରୁଛୁ ? ଯଦି ତୁ ମୋର ହବୁନାହିଁ, ତେବେ କାହାର ହୋଇ ପାରିବୁନାହିଁ । ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ଏଭଳି ଚିତ୍କାର ଶୁଣି ସମସ୍ତେ ତାଜୁବ ହୋଇଯାଇଥିଲେ । ପ୍ରାୟ ୩୦ ମିନିଟ ଧରି ଚାଲିଥିଲା ଏଭଳି ହାଇଡ୍ରାମା । ତେବେ ୱାନ ସାଇଡ ଲଭ ଷ୍ଟୋରୀ ଏତିକିରେ ଥମିନଥିଲା । ହସ୍ପିଟାଲରେ କାମ କରୁଥିବା ଜଣେ ଯୁବତୀ ପାଟି ଶୁଣି ବାହାରକୁ ଆସିବା ସହ ଯୁବକ ଜଣଙ୍କୁ ପିଟି ଚାଲିଥିଲେ । ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିଲେ । କଥା ଆପୋଷ ବୁଝାମଣାରେ ଥମିନଥିଲା । ଖବର ପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚି ଦୁଇପକ୍ଷକୁ ବୁଝାସୁଝା କରି ଥାନାକୁ ଆଣିଥିଲା। ଥାନାରେ ଉଭୟ ଅଣ୍ଡରଟେକିଂ ଲେଖିଥିଲେ । ଲେଖାପଢ଼ା ପରେ ପୋଲିସ ଦୁହିଁଙ୍କୁ ଛାଡିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking