ପୁୁରୀ : ପୁରୀ ଝାଡେଶ୍ୱରୀ କ୍ଲବ ନିକଟ କ୍ଲାକ ରୋଡରେ ଏକ ଫ୍ଲେକ୍ସ ପ୍ରିଣ୍ଟ ସପରେ ଘଟିଛି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି । ଦୋକାନରେ ହଠାତ୍ ନିଆଁ ଲାଗି ଯାଇଥିବା ବେଳେ ଭିତରେ ଥିବା ପ୍ଳାଷ୍ଟିକ ସାମଗ୍ରୀ ଜଳି ଯାଇଥିଲା। ତେଣୁ ଆଖପାଖ ଅଞ୍ଚଳ ପୂରା ଧୂଆଁମୟ ହୋଇ ଯାଇଥିଲା ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଏହାପରେ ସେମାନେ ଫ୍ଳେକ୍ସ ପ୍ରିଣ୍ଟ ସପ୍ରୁ ଜଣଙ୍କୁ ଉଦ୍ଧାର କରି ପୁରୀ ବଡଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେଠାରେ ସେ ଗୁରୁତର ଥିବା ସୂଚନା ମିଳିଛି। ତେବେ ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।










