ଭୁବନେଶ୍ୱର: ଘୋଷଣା ହେଲା ରାଷ୍ଟ୍ରପତି ପୋଲିସ ସେବା ପଦକ । ମୋଟ୍ ୩୧ ଜଣ ରାଷ୍ଟ୍ରପତି ପୋଲିସ ସେବା ପଦକରେ ସମ୍ମାନୀତ ହେବେ । ଓଡିଶାରୁ ଜଣେ ସିବିଆଇ ଅଧିକାରୀ ସମ୍ମାନୀତ ହେବେ । ଉଲ୍ଲେଖନୀୟ ସେବା ପାଇଁ ସିବିଆଇ ଏଏସ୍ପି ବୈଦ୍ୟନାଥ ସାମଲଙ୍କୁ ମିଳିବ ପଦକ । ଏହା ସହ ପୋଲିସ ସେବା ପଦକ ଘୋଷଣା ହୋଇଛି । ସାହସିକତା ପାଇଁ ଓଡିଶାରେ ୪ ଜଣ ପାଇବେ ପଦକ । ଡିସିପି ଅତୁଲ କ୍ରିଷ୍ଣା ଦାସ, ଏଏସଆଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପାଇବେ ସାହସିକତା ପଦକ । ୨ କନେଷ୍ଟବଳ ଘନଶ୍ୟାମ ସାହୁ ଓ ଥବିର ମାଝୀ ପାଇବେ ସାହସିକତା ପଦକ । ଉଲ୍ଲେଖନୀୟ ସେବା ପାଇଁ ଓଡିଶାରୁ ୨ ଜଣଙ୍କୁ ମିଳିବ ପଦକ । ଏଡିଜି ପ୍ରତୀକ ମହାନ୍ତି, ଡିସିପି ପ୍ରଫୁଲ୍ଲ ସିଂଙ୍କୁ ମିଳିବ ଉଲ୍ଲେଖନୀୟ ସେବା ପଦକ । ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପଦକ । ଆଇଜି ସାର୍ଥକ ଷଡଙ୍ଗୀ, କମାଣ୍ଡାଣ୍ଟ ଶ୍ରୀପ୍ରସାଦ ତମାଙ୍ଗ, ଏସିପି ଶୁଭନାରାୟଣ ମୁଦୁଲି, ଡିସିପି ପ୍ରଦୀପ କୁମାର, ପ୍ରଣିତା କୁମାରୀ ରାୟ, କମାଣ୍ଡାଣ୍ଟ ଅଶୋକ ମହାନ୍ତି, ଇନ୍ସପେକ୍ଟର ଅରୁଣ ନାୟକ, ମହମ୍ମଦ ହାଫିକ୍, ହାବିଲଦାର ଲତା ନାଏକ, ଏସିପି ନିଗମାନନ୍ଦ ମହାପାତ୍ର ଓ ଇନ୍ସପେକ୍ଟର ଲକ୍ଷ୍ମୀନାରାୟଣ ମୁଦୁଲିଙ୍କୁ ମିଳିବ ସମ୍ମାନ ।










