25.1 C
Bhubaneswar
Thursday, February 5, 2026
Homeଓଡିଶାଦଳିଦେଲା ଦନ୍ତା, ଜଣେ ମୃତ

ଦଳିଦେଲା ଦନ୍ତା, ଜଣେ ମୃତ

ବିଶୋଇ: ନିଜ ଧାନ ଫସଲର ସୁରକ୍ଷା ପାଇଁ ବିଲକୁ ହାତୀ ଘଉଡାଇବା ପାଇଁ ଯାଇ ରାଇରଙ୍ଗପୁର ବନଖଣ୍ଡ ଅଧୀନ ମଣଦା ବନାଞ୍ଚଳ ଅନ୍ତର୍ଗତ ତୁଳସୀବଣି ବିଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପୋଡାଗଡ଼ ପଞ୍ଚାୟତ ସ୍ଥିତ ରାଜପାଳ ଗ୍ରାମର ସଙ୍ଗା ବାରି (୫୫)। ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୮ ଘଟିକା ସମୟରେ ଏକ ଦନ୍ତା ଓ ମାଈ ହାତୀ ରାଜପାଳ ଗ୍ରାମ ନିକଟସ୍ଥ ବିଲକୁ ପାଚିଲା ଧାନ ଫସଲ ଖାଇବା ପାଇଁ ଆସିଥିଲେ। ଏହି ସମୟରେ ନିକଟସ୍ଥ ଗ୍ରାମବାସୀ ବିଲକୁ ହାତୀ ଘଉଡାଇବା ପାଇଁ ଯାଇଥିବା ବେଳେ ଉକ୍ତ ଦୁଇ ଗୋଟି ହାତୀ ଲୋକଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ତେବେ ଘଟଣାରେ ସଙ୍ଗା ନିଜକୁ ରକ୍ଷା କରି ନପାରି ହାତୀ କବଳରେ ପଡ଼ି ଯାଇଥିଲେ।ଘଟଣା ସ୍ଥଳରେ ସଙ୍ଗାକୁ ହାତୀ ଦଳି ଚକଟି ଦେଇଥିଲା ଫଳରେ ଘଟଣା ସ୍ଥଳରେ ସଙ୍ଗାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଏସିଏଫ ତଥା ମଣଦା ବନାଞ୍ଚଳ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରିଣୀ ସୁଶ୍ରୀ ଧରିତ୍ରୀ ମୁର୍ମୁଙ୍କ ସମେତ ମଣଦା ଓ ବରେହିପାଣି ରେଞ୍ଜର ସମସ୍ତ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ମୃତ ଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁରକୁ ପଠାଇଥିଲେ। ସଙ୍ଗାଙ୍କ ପରିବାର ଗରିବ ଶ୍ରେଣୀର ଥିବାବେଳେ ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ତେଣୁ ଯଥା ଶୀଘ୍ର ସଙ୍ଗାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking