26.1 C
Bhubaneswar
Sunday, July 20, 2025
Homeଦେଶ ବିଦେଶଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ

ଅହମ୍ମଦାବାଦ: ରଖେ ହରି, ତ ମାରେ କିଏ । ଯାହାର ଅର୍ଥ ଯଦି ଭଗବାନ କାହାକୁ ରକ୍ଷା କରିବାକୁ ଚାହିଁବେ, ତେବେ କୌଣସି ଶକ୍ତି ସେହି ତା’ର ଜୀବନ ନେଇପାରିବ ନାହିଁ । ଏମିତି ଏକ ଚମତ୍କାର ଦେଖିବାକୁ ମିଳିଛି ଆଜି ଅହମ୍ମଦାବାଦରେ । ଗୁରୁବାର ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ସମୟରେ ବିମାନରେ ପ୍ରାୟ ୨୪୨ ଜଣ ଲୋକ ଥିଲେ । ଆଉ ଏଥି ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ଜଣଙ୍କର ହିଁ ଜୀବନ ବଞ୍ଚିଯାଇଛି । ଏତେ ବଡ଼ ଦୁର୍ଘଟଣାରୁ ମାତ୍ର ଜଣେ ଯାତ୍ରୀ ହିଁ ଜୀବିତ ରହିଛନ୍ତି ।

ସୂଚନା ଅନୁସାରେ ଗୁରୁବାର ଅହମ୍ମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ସୌଭାଗ୍ୟବଶତଃ ମାତ୍ର ଜଣେ ଯାତ୍ରୀ ଜୀବିତ ରହିଛନ୍ତି । ୨୪୨ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କ ମଧ୍ୟରୁ ଜଣେ ଜୀବିତ ଅଛନ୍ତି । ସିଟ୍ ନମ୍ବର 11-Aରେ ଥିବା ରମେଶ ବିଶ୍ୱକୁମାର ନାମକ ଜଣେ ଯାତ୍ରୀ ଜୀବିତ ଅଛନ୍ତି । ତେବେ ସେହି ବ୍ୟକ୍ତି ଜଣଙ୍କୁ ଯେଉଁ ସମୟରେ ହସ୍ପିଟାଲ ଯାଉଥିଲେ ସେହି ସମୟର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି । ଏମିତି କି ଭିଡିଓରେ ସେ କିପରି ଏହି ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଲେ ସେ କଥା ମଧ୍ୟ କହୁଥିବାର ଦେଖିବାକୁ ମିଳୁଛି । ତେବେ ହସ୍ପିଟାଲରେ ବର୍ତ୍ତମାନ ରମେଶଙ୍କର ଚିକିତ୍ସା ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking