ବାଲେଶ୍ୱର : ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟଙ୍କର ଏକ ଗୁରୁତ୍ୱପୂର୍ଣ ରାୟ ଆସିଛି । ବିବାହ ବିଚ୍ଛେଦ ମାମଲା ବିଚାରଧୀନ କଲାବେଳେ ପତି ପତ୍ନୀଙ୍କ ମଧ୍ୟରୁ କେହି ବି ଏକ ପାଖିଆ ଭାବରେ ସହମତି ପ୍ରତ୍ୟାହାର କରିପାରିବେ । ରାୟରେ ହାଇକୋର୍ଟ କହିଛନ୍ତି ହିନ୍ଦୁ ମ୍ୟାରେଜ ଆକ୍ଟ ୧୯୯୫ର ଧାରା ୧୩ ବି ଅନୁଯାୟୀ ପତୀ ପତ୍ନୀଙ୍କ ସହମତିରେ ବିବାହ ବିଚ୍ଛେଦ ସହମତି ପାଇଁ ବ୍ୟବସ୍ଥା ରହିଛି । ତେବେ ଚୁଡାନ୍ତ ରାୟ ଆସିବା ପୂର୍ୱରୁ ଏକ ପାଖିଆ ଭାବରେ ସହମତି ପ୍ରତ୍ୟାହାର କରାଯାଇ ପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ବାଲେଶ୍ୱର ଦମ୍ପତ୍ତିଙ୍କ ବିବାହ ବିଚ୍ଛେଦ ମାମଲାରେ ବାଲେଶ୍ୱର ପରିବାର ଅଦାଲତ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଚ ହୋଇଥିଲା । ବାଲେଶ୍ୱର ଅଞ୍ଚଳର ଦମ୍ପତ୍ତି ୨୦୧୮ ମାସ ଫେବୃଆରୀ ମାସରେ ବିବାହ କରିଥିଲେ । କିଛି ବର୍ଷ ମଧ୍ୟରେ ଉଭୟଙ୍କ ପକ୍ଷ ରେ ମନମାଳିନ ହେତୁ ବିବାହ ବିଛେଦ ପାଇଁ ବାଲେଶ୍ୱର ଫ୍ୟାମିଲି କୋର୍ଟ ହିନ୍ଦି ମ୍ୟାରେଜ ଆକ୍ଟ ୧୯୯୫ର ୧୩ ବି ଅନୁଯାୟୀ ଆବେଦନ କରିଥିଲେ । ମାମଲାର ଶୁଣାଣି ଶେଷ ହୋଇ ସଂରକ୍ଷିତ ଥିବା ବେଳେ ପତ୍ନୀଙ୍କ ପକ୍ଷରୁ ୨୦୨୧ ନଭେମ୍ବରରେ ନିଜ ସମ୍ମତି ପାଇଁ ଆବେଦନ ହୋଇଥିଲା । ଏହାର ଠିକ ଚାରି ଦିନ ପୂର୍ୱରୁ ଅନୁମତି ଦେଇଥିଲେ ଫ୍ୟାମିଲି କୋର୍ଟ । ଏହାକୁ ବିରୋଧ କରି ପତ୍ନୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଅନୁସାରେ ଆବେଦନକୁ ଗ୍ରହଣ କରିବା ସହିତ ଫ୍ୟାମିଲି କୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି । ଏଥିସହ ମାମଲା ୨୦୨୦ ମସିହାରୁ ଦାୟର ହୋଇଥିବା ୬ ମାସରେ ଆଇନ ଅନୁଯାୟୀ ସାମି ବିଚାର କରିବାକୁ ବାଲେଶ୍ୱର ପରିବାର ଅଦାଲତକୁ ପୁଣି ମାମଲା ଫେରାଇ ଦେଇଛନ୍ତି ହାଇକୋର୍ଟ ।