28.1 C
Bhubaneswar
Friday, June 6, 2025
Homeଦେଶ ବିଦେଶପହଲଗାମ ଆକ୍ରମଣକୁ ପୂରିଲା ମାସେ

ପହଲଗାମ ଆକ୍ରମଣକୁ ପୂରିଲା ମାସେ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ପୂରିଲା ମାସେ ।  ସେଦିନ ଥିଲା ଅପ୍ରେଲ ୨୨ ତାରିଖ ମଙ୍ଗଳବାର ।  ଜମ୍ମୁକାଶ୍ମୀରର ପହଲଗାମରେ  ଆତଙ୍କବାଦୀ  ରଚିଥିଲେ  ବର୍ବରକାଣ୍ଡ ।୨୬ ପର୍ଯ୍ୟଟକଙ୍କୁ ନୃଶଂସ ଆତଙ୍କବାଦୀମାନେ  ଧର୍ମ ପଚାରି ପଚାରି ପଚାରି ଗୁଳି କରିଥିଲେ ।  ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ଛାୟା ସଂଗଠନ ଟିଆରଏଫ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ପାକିସ୍ତାନରୁ ଆକ୍ରମଣର ଷଡ଼୍‌ଯନ୍ତ୍ର ରଚାଯାଇଥିଲା । ଜମ୍ମୁକାଶ୍ମୀରର କିଛି ଆତଙ୍କୀ ସହଯୋଗୀ ଏହି ଘୃଣ୍ୟ ଷଡ଼୍‌ଯନ୍ତ୍ରରେ ସହାୟତା କରିଥିଲେ । ଭାରତ ଏହି ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି । ପ୍ରଥମେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା ଭାରତ । ଏହାପରେ ପାକିସ୍ତାନ ଆକ୍ରମଣାତ୍ମକ ମନୋଭାବ ଦେଖାଇବା ପରେ ପାକିସ୍ତାନର ୧୧ଟି ଏୟାରବେସକୁ ଟାର୍ଗେଟ୍ କରିଥିଲା ଭାରତ । ଏଥିରେ ପାକିସ୍ତାନର ବ୍ୟାପକ କ୍ଷତି ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking