31.1 C
Bhubaneswar
Saturday, May 17, 2025
Homeଓଡିଶାସୁରକ୍ଷାବାହିନୀ, ନକ୍ସଲ ମଧ୍ୟରେ ଗୁଳି ବିନିମୟ: ଜଣେ ମୃତ

ସୁରକ୍ଷାବାହିନୀ, ନକ୍ସଲ ମଧ୍ୟରେ ଗୁଳି ବିନିମୟ: ଜଣେ ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ର ଗରିଆବନ୍ଦ ଜଙ୍ଗଲରେ ବଡ଼ ଧରଣର ନକ୍ସଲ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ଯୁଗାଡ଼ ଥାନା ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ଜଣେ ୟୁନିଫର୍ମ ପିନ୍ଧା ନକ୍ସଲ ନିହତ ହୋଇଥିଲା ।  ଘଟଣାସ୍ଥଳରୁ ଏସଏଲଆର୍ ଅସ୍ତ୍ରଶସ୍ତ୍ର ଏବଂ କିଛି ଜରୁରୀ ସାମଗ୍ରୀ ଜବତ କରାଯାଇଥିଲା। ନକ୍ସଲମାନେ ପ୍ରଥମେ ଗୁଳି ଚଳାଇଲେ, ସୈନିକମାନେ ମଧ୍ୟ ପାଲଟା ଜବାବ ଦେଲେ। ଏଥିରେ ଜଣେ ନକ୍ସଲ ନିହତ ହୋଇଥିଲେ ଏବଂ ଅନ୍ୟମାନେ ପଳାଇ ଯାଇଥିବା ସନ୍ଦେହ କରାଯାଉଛି l ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଗରିଆବନ୍ଦ ପୁଲିସ ଏବଂ ସୁରକ୍ଷାବାହିନୀ ସତର୍କତା ଅବଲମ୍ବନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking