29.4 C
Bhubaneswar
Sunday, May 18, 2025
Homeଓଡିଶାହାତୀ ଆକ୍ରମଣରେ ଜଣେ ମୃତ୍ୟୁ

ହାତୀ ଆକ୍ରମଣରେ ଜଣେ ମୃତ୍ୟୁ

ସମ୍ବଲପୁର : ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ l ଯୁଯୁମୁରା ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଯୁଯୁମୁରା ବ୍ଲକ ନୁଆଁବରଙ୍ଗାମାଲ ପଞ୍ଚାୟତ ଧଧୋଲୋମୁଣ୍ଡାର ସନ୍ତୋଷ ବଢେଇ । ସନ୍ତୋଷଙ୍କର ମାନସିକ ଅସ୍ଥିରତା ରହିଥିଲା । ସେ ଆଖପାଖ ଅଞ୍ଚଳରେ ବୁଲାବୁଲି କରୁଥିଲେ । ତେବେ ଏହି ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ଲାଗି ରହିଛି । ଗତକାଲି ରାତିରେ ବୁଲାବୁଲି କରୁଥିବା ସମୟରେ ଧଧୋଲୋମୁଣ୍ଡା କୁନି ଡୁମୁରି ନିକଟରେ ଆଜି ଭୋର ଭୋର ସେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟେକିନେଇ କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ତାଙ୍କ ପରିବାର ବର୍ଗ ପହଞ୍ଚିଥିଲେ l ବନ ବିଭାଗ କୁ ଏହି ଘଟଣା ସମ୍ପର୍କ ରେ ଖବର ଦେବା ପରେ ବନ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking