ଭୁବନେଶ୍ୱର : ଶହେ ଫର୍ଚ୍ୟୁନ – ୫୦୦ କଂପାନୀକୁ ନିମନ୍ତ୍ରଣ ା ଉତ୍କର୍ଷ ଓଡିଶାକୁ ଶହେ ଫର୍ଚ୍ୟୁନ – ୫୦୦ କଂପାନୀଙ୍କୁ ନିମନ୍ତ୍ରଣ କରାଯାଇଛି । ପ୍ରେସମିଟରେ ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି । ୪୦ ବର୍ଷରୁ କମ ୬୦ ଏମଏସଏମଇ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଦିତ କରାଯିବ । ପ୍ରତି ଜିଲ୍ଲାରୁ ୨ ଜଣ ଲେଖାଏଁ ଏମଏସଏମଇ ଉଦ୍ୟୋଗୀ ସମ୍ବର୍ଦ୍ଦିତ ହେବେ । ୨ ଦିନରେ ୧୫ଟି ସେସନ ହେବ । ପ୍ରଥମ ଦିନରେ ୫ ଓ ୨ୟ ଦିନରେ ୧୦ । ଦିନ ୧୧ଟାରୁ ୧୨ଟା ୩୦ ଯାଏ ଚାଲିବ ଉଦଘାଟନା ଉତ୍ସବ । ୫ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି କହିଲେ ସଚିବ । ଆଇଟି , ଅକ୍ଷୟ ଶକ୍ତି ଭଳି ୫ଟି କ୍ଷେତ୍ରକୁ ଫୋକସ ଦିଆଯାଉଛି । ୨୭ ତାରିଖରେ ଶିଳ୍ପ ସଂସ୍ଥାର ପ୍ରତିନିଧି ମାନେ ଆସିବେ ।