ମାଥିଲି: ବଜ୍ରପାତରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଖବର ସମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳର ମେଣ୍ଡକୁଲି ଗାଁରେ ବଜ୍ରାଘାତରେ ନାବାଳକର ମୃତ୍ୟୁ ହୋଇଛି । ଆମ୍ବ ଗୋଟାଇବାକୁ ଯାଇଥିଲେ ୩ ସାଙ୍ଗ । ଏତିକିବେଳେ ବଜ୍ରପାତର ଶିକାର ହୋଇଛନ୍ତି ୩ ଜଣ । ଘଟଣାସ୍ଥଳରେ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଅଛନ୍ତି । ଗୁରୁତର ଦୁଇ ଜଣଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଛି ।