ବାଲେଶ୍ୱର: ସମୁଦ୍ରରେ ବୁଡି ଜଣେ ମୃତ , ଜଣେ ନିଖୋଜ । ପଶ୍ଚିମବଙ୍ଗ ସୀମାନ୍ତ ତାଜପୁର ବେଳା ଭୂମିରେ ଘଟିଛି ଅଘଟଣ । ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଛନ୍ତି ତିନି ଜଣ ପଯ୍ୟଟକ । ତେବେ ଉଦ୍ଧାର ଦୁଇ ଜଣଙ୍କ ମଧ୍ୟରୁ ଜଣେ ପଯ୍ୟଟକ ମୃତ ନେଇ ସୂଚନା ମିଳୁଛି ଆଉ ଜଣେ ନିଖୋଜ ରହିଛନ୍ତି । ଉଦ୍ଧାର କାଯ୍ୟ ଏବେ ବି ଜାରି ରହିଛି ।










