30.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶବିସ୍ଫୋରଣରେ ଜଣେ ମୃତ

ବିସ୍ଫୋରଣରେ ଜଣେ ମୃତ

ବିହାର: ବିହାରରେ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ମୃତକଙ୍କୁ ମୁର୍ତୁଜା ଅନସାରୀ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ସିୱାନର ହୁସେନଗଞ୍ଜ ଥାନା ଅଞ୍ଚଳ ଅନ୍ତର୍ଗତ ବାଡାରାମ ଗାଁରେ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବେଆଇନ ବାଣ ତିଆରି ସମୟରେ ବିସ୍ଫୋରଣ ଘଟିଛି । ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର “ସମୃଦ୍ଧ ଯାତ୍ରା”ରେ ଯୋଗ ଦେବା ପାଇଁ ସିୱାନରେ ପହଞ୍ଚିଥିଲେ । ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରୁ ପ୍ରାୟ ୬-୭ କିଲୋମିଟର ଦୂରରେ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking