21.1 C
Bhubaneswar
Tuesday, December 30, 2025
Homeଦେଶ ବିଦେଶଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

ନୂଆଦିଲ୍ଲୀ: ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ସୋମବାର ରାତିରେ ଫିରୋଜବାଦ ଜିଲ୍ଲାର ଖାନା ନାସିରପୁର ଅଞ୍ଚଳର ନନ୍ଦରାମଙ୍କ ମାଢିୟା ଗାଁରେ ୫ ବିଘା ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ । ଗୋଟିଏ ଗୋଷ୍ଠୀ ଗୁଳି ଚଳାଇବାରୁ ଅନ୍ୟ ଗୋଷ୍ଠୀର ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଅଭିଯୁକ୍ତକୁ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି । ଜମି ବିବାଦକୁ ନେଇ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା । ବିବାଦ ଏତେ ତୀବ୍ର ଥିଲା ଯେ ଶାରିରୀକ ଝଗଡାରେ ପରିଣତ ହୋଇଥିଲା । ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁସାରେ କ୍ଷେତରୁ କାମ ସାରି ଆସିବା ବେଳେ ଅନ୍ୟ ଗୋଷ୍ଠୀର କିଛି ଲୋକ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ସେ ଘଟଣାସ୍ଥଳରେ ହିଁ ଟଳି ପଡିିଥିଲେ । ପୋଲିସ କହିଛି ମାମଲାର ତଦନ୍ତ କରାଯାଇ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking