25.1 C
Bhubaneswar
Thursday, March 26, 2026
Homeଓଡିଶାବାଇକ ଦୁର୍ଘଟଣାରେ ଜଣେ ମୃତ

ବାଇକ ଦୁର୍ଘଟଣାରେ ଜଣେ ମୃତ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଫରେଷ୍ଟ ଗେଟ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ବାଇକ ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁବାର କରିଥିବା ନେଇ ସୂଚନା ମିଳିଛିଘଟଣା ଅନୁସାରେ, ପାରଳାଖେମୁଣ୍ଡି ଫରେଷ୍ଟ ଗେଟ ନିକଟରେ ଶୁକ୍ରବାର ବାଇକ ଦୁର୍ଘଟଣାରେ ଦୁଇଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଛନ୍ତି। ମୃତକ ଜଣକ ଗୋସାଣି ବ୍ଲକ ବଡଗାଁ ଗ୍ରାମର ମୋହନ ପ୍ରଧାନ ହୋଇଥିବା ବେଳେ ଆହତ ଜଣକ ଯାଜପୁର ଗ୍ରାମର ଉତ୍ତମ ସାମଲ ଓ ଅନ୍ୟ ଜଣଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking