ବାଲେଶ୍ୱର: ଲଗାଣ ବର୍ଷାରେ ପାଚେରୀ ଭୁଷୁଡି ଜଣଙ୍କ ମୃତ୍ୟୁ ହୋଇଛି । ଗୁଡିପଦା ଅଞ୍ଚଳ ଟାଟା ପାୱାର ଅଫିସ ନିକଟରେ ଅଘଟଣ ଘଟିଛି । ବାଲିଆ ଶୋଭାରାମପୁର ରାସ୍ତାରେ ଶବ ରଖି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଅଘଟଣସ୍ଥଳରେ ଶିଳ୍ପାଞ୍ଚଳ ଥାନା ପୋଲିସ ପହଞ୍ଚି ବୁଝାସୁଝା କରୁଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।









