29.1 C
Bhubaneswar
Monday, February 9, 2026
Homeଓଡିଶାପିକ୍‌ଅପ୍‌ ଓଲଟି ଜଣେ ମୃତ

ପିକ୍‌ଅପ୍‌ ଓଲଟି ଜଣେ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏକ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପିକଅପ୍ ଗାଡ଼ି। ଜଣେ ମୃତ, ୪୦ ଗୁରୁତର। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କେଲୋ ଛକରେ ଦୁର୍ଘଟଣା ଘଟିଛି। ବନ ବିଭାଗର ଚାରାରୋପଣ ପାଇଁ କେନ୍ଦ୍ରିକଳା ଗ୍ରାମର ୪୦ ଯୁବକ, ମହିଳା ଓ ବୃଦ୍ଧ ଏକ ପିକଅପ୍ ଗାଡ଼ିରେ ଯାଉଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଏହାଫଳରେ ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଗୁରୁତର ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।

ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ବଣାଇ ମେଡିକାଲକୁ ଆଣି ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ପାଇଁ ରାଉରକେଲା ପଠା ଯାଉଥିବା ଜଣାଯାଇଛି । କାହାର ଗୋଡ଼ ଭାଙ୍ଗିଥିବା ବେଳେ କାହାର ଆଖି ଫୁଟି ଯାଇଛି ତ ପୁଣି କାହାର ହାତ ଭାଙ୍ଗି ଯାଇଛି। ମେଡିକାଲରେ ଏବେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ବନ ବିଭାଗର ଏମିତି କାର୍ଯ୍ୟକୁ ଘୋର ବିରୋଧ କରାଯିବା ସହ ମେଡିକାଲରେ ଗ୍ରାମବାସୀ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking