ସମ୍ବଲପୁର: ଯାତ୍ରା ଦେଖି ଫେରୁଥିବା ବେଳେ ଧକ୍କା ଦେଲେ ଅଜଣା ଗାଡ଼ି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ୪ ଜଣ ଗୁରୁତର । ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କୁସୁମୀ ଫାଣ୍ଡିର ଟାଇଁସର କଦୋପଡା ଗାଁ ନିକଟରେ ଘଟିଛି ଅଭାବନୀୟ ଘଟଣା । ସୂଚନା ଅନୁସାରେ,ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରୁଥିଲେ ପରିବାର ଲୋକେ। ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ହୋଇଥିଲା ବେଳେ ଘଟିଗଲା ଅଘଟଣ । ଏକ ଦ୍ରୁତଗାମୀ ଗାଡ଼ି ଆସି ଧକ୍କା ଦେଲା ଓ ଚଢ଼ି ଚାଲିଗଲା ।ସ୍ଥାନୀୟ ଯୁବକ ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିଛି ଜଣଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଜଣେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ୪ ଜଣ ଗୁରୁତର ଓ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତରଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଆହତ ୪ଜଣଙ୍କ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।










