33.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶବସ୍ ଦୁର୍ଘଟଣାରେ ଜଣେ ମୃତ, ୪୯ ଆହତ

ବସ୍ ଦୁର୍ଘଟଣାରେ ଜଣେ ମୃତ, ୪୯ ଆହତ

କେରଳ: ସୋମବାର ପ୍ରତ୍ୟୁଷରେ କେରଳର କୋଟ୍ଟାୟମ ଜିଲ୍ଲାର ଚିନ୍ନକଲାଲ ନିକଟରେ ଏକ ପର୍ଯ୍ୟଟକ ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିବା ନେଇ ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୋଲିସ ମୃତକ ମହିଳା ଜଣଙ୍କୁ କନ୍ନୁର ଜିଲ୍ଲାର ଇରିଟିର ବାସିନ୍ଦା ସିନ୍ଧୁ ବୋଲି ଚିହ୍ନଟ କରିଛି। ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ବସ୍‌ରେ ଥିବା ସମସ୍ତ ଯାତ୍ରୀ ଇରିଟିର ବାସିନ୍ଦା ଥିଲେ। ସେମାନେ କନ୍ୟାକୁମାରୀ ଏବଂ ତିରୁବନନ୍ତପୁରମ୍ ଯାତ୍ରା କରି ଘରକୁ ଫେରୁଥିଲେ ଦୁର୍ଘଟଣାଟି ରବିବାର-ସୋମବାର ରାତି ପ୍ରାୟ ୧:୦୦ଟା ସମୟରେ ଏମ୍‌ସି ରୋଡ୍‌ର ଚିନ୍ନାକ୍କଲେଇ ଚର୍ଚ୍ଚ ନିକଟରେ ଘଟିଥିଲା। ଯେତେବେଳେ ବସ୍‌ଟି ଏକ ଟର୍ଣ୍ଣିଂ ବୁଲିବା ସମୟରେ ନିୟନ୍ତ୍ରଣ ହରାଇ ଓଲଟି ପଡି ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ୪୯ ଜଣ ଆହତ ହୋଇଥିଲେ।

ବସ୍‌ରେ ଥିବା ସମସ୍ତ ୪୯ ଜଣ ଆହତ ଯାତ୍ରୀଙ୍କୁ ମୋନାପାଲ୍ଲୀର ଏକ ଘରୋଇ ହସ୍ପିଟାଲ ଏବଂ କୋଟ୍ଟାୟମ ମେଡିକାଲ କଲେଜ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସିନ୍ଧୁଙ୍କୁ ମଧ୍ୟ ମୋନାପାଲ୍ଲୀ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ କହିଛି ଯେ ପ୍ରାୟ ୧୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି, ଯଦିଓ ସେମାନଙ୍କ ଅବସ୍ଥା ସ୍ଥିର ଅଛି। ଦୁର୍ଘଟଣା ଯୋଗୁଁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା, ଏବଂ ପରେ କ୍ରେନ୍ ସାହାଯ୍ୟରେ ଓଲଟି ପଡ଼ିଥିବା ବସ୍‌ଟିକୁ ବାହାର କରାଯାଇଥିଲା। କୁରାଭିଲାଙ୍ଗାଡୁ ପୋଲିସ ବସ୍‌ ଡ୍ରାଇଭର ବିନୋଦଙ୍କ ବିରୋଧରେ ଅବହେଳା ଯୋଗୁଁ ଗାଡ଼ି ଚାଳନା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଏକ ମାମଲା ରୁଜୁ କରିଛି। ପୋଷ୍ଟମର୍ଟମ୍ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking