24.1 C
Bhubaneswar
Wednesday, March 11, 2026
Homeଓଡିଶାବ୍ୟକ୍ତିଗତ ଡିଜିଟାଲ୍ ତଥ୍ୟ ସୁରକ୍ଷା ଆଇନ, ୨୦୨୩ ଉପରେ ଏକ ଦିନିକିଆ କର୍ମଶାଳା ଆୟୋଜିତ

ବ୍ୟକ୍ତିଗତ ଡିଜିଟାଲ୍ ତଥ୍ୟ ସୁରକ୍ଷା ଆଇନ, ୨୦୨୩ ଉପରେ ଏକ ଦିନିକିଆ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟଠାରେ ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ (ଡିପିଡିପି) ଉପରେ ଏକ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ (ଡିପିଡିପି) ଆଇନ, ୨୦୨୩ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ସରକାରୀ ଏବଂ ସହଯୋଗୀ ଅନୁଷ୍ଠାନଗୁଡ଼ିକରେ ଡିଜିଟାଲ ତଥ୍ୟ ସମ୍ବନ୍ଧୀୟ ପରିଚାଳନା ଏବଂ ତଥ୍ୟ-ସୁରକ୍ଷା ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ଅଧିକାରୀମାନଙ୍କ ବ୍ୟକ୍ତିଗତ ତଥ୍ୟ, ବିଭାଗୀୟ ତଥ୍ୟ ତଥା ସହଯୋଗୀ ଅନୁଷ୍ଠାନମାନଙ୍କର ତଥ୍ୟ ଏକତ୍ରୀକରଣ, ବିତରଣ ଏବଂ ପରିଚାଳନା ଉପରେ ଗୁରୁତ୍ଵ ଦିଆଯାଇଥିଲା ।

ଏହି କର୍ମଶାଳାଟି ନ୍ୟାସନାଲ୍ ଇ-ଗଭର୍ଣ୍ଣାନ୍ସ ଡିଭିଜନ (ଏନଇଜିଡି), ଇନଷ୍ଟିଚ୍ୟୁଟ୍ ଫର୍‍ ସ୍ମାର୍ଟ ଗଭର୍ଣ୍ଣମେଣ୍ଟ (ଏନଆଇଏସଜି)ର ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ, ଓଡ଼ିଶା ସରକାର ଅଧିନସ୍ଥ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓସିଏସି) ସହଭାଗିତାରେ ଆୟୋଜିତ କରାଯାଇଥିଲା । ଏହି କର୍ମଶାଳାକୁ ଇ-ଗଭର୍ଣ୍ଣାନ୍ସ ଡିଭିଜନ (ଏନଇଜିଡି)ର ନିର୍ଦ୍ଦେଶକ ଶ୍ରୀ ଜେ.ଏଲ. ଗୁପ୍ତା, ଓଡ଼ିଶା ସରକାରଙ୍କ ଇଲେକ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଡକ୍ଟର ପ୍ରଦୀପ କୁମାର ରାଉତ ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍‍ ସ୍ମାର୍ଟ ଗଭର୍ଣ୍ଣମେଣ୍ଟ (ଏନଆଇଏସଜି)ର ବରିଷ୍ଠ ପରିଚାଳକ ଶ୍ରୀ ଜି. ଚାମୁ ପ୍ରମୁଖ ଉଦ୍‍ଘାଟନ କରିଥିଲେ । ଶ୍ରୀ ଜେ.ଏଲ. ଗୁପ୍ତା ତାଙ୍କ ଉଦ୍‍ଘାଟନୀ ଅଭିଭାଷଣରେ, ଡିଜିଟାଲ୍‍ ଇଣ୍ଡିଆ ମିଶନର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ ଏବଂ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା (ଡିପିଡିପି) ଆଇନ ଓ ନିୟମାବଳୀର ନାଗରିକ-କୈନ୍ଦ୍ରିକ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ, ଯାହା ବ୍ୟକ୍ତିଗତ ତଥ୍ୟ ଗୋପନୀୟତାକୁ ସୁରକ୍ଷା ଦେବା ସହିତ ଦାୟିତ୍ୱପୂର୍ଣ୍ଣ ତଥ୍ୟ ପରିଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାଥମିକ ଆବଶ୍ୟକତା । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡକ୍ଟର ପ୍ରଦୀପ କୁମାର ରାଉତ ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ, ଡିଜିଟାଲ ଶାସନ ବ୍ୟବସ୍ଥାର ଏହି ଦଶନ୍ଧିରେ ପ୍ରତ୍ୟେକ ଅଧିକାରୀଙ୍କ ପାଇଁ ଡିଜିଟାଲ ତଥ୍ୟ ସୁରକ୍ଷା ଅଭ୍ୟାସକୁ ସୁଦୃଢ଼ କରିବା ଏବଂ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା (ଡିପିଡିପି) ଫ୍ରେମ୍‍ୱାର୍କ ସହିତ ସମ୍ପୂର୍ଣ୍ଣ ପରିପୂରକତା ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ ବୋଲି ଉପସ୍ଥିତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ଏହା ବ୍ୟତୀତ ବ୍ୟକ୍ତିଗତ ଡିଜିଟାଲ ତଥ୍ୟ ସୁରକ୍ଷା ଆଇନ, ୨୦୨୩ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking