25.1 C
Bhubaneswar
Thursday, March 19, 2026
Homeଓଡିଶାକ୍ଷୁଦ୍ର ମାଣ୍ଡିଆ, ଚାଉଳ କଳ ପରିଚାଳନା ଏବଂ ବ୍ୟବସାୟ ରଣନୀତି ଉପରେ ଏକ ଦିବସୀୟ କର୍ମଶାଳା

କ୍ଷୁଦ୍ର ମାଣ୍ଡିଆ, ଚାଉଳ କଳ ପରିଚାଳନା ଏବଂ ବ୍ୟବସାୟ ରଣନୀତି ଉପରେ ଏକ ଦିବସୀୟ କର୍ମଶାଳା

ଭୁବନେଶ୍ୱର : ଆଜି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନର ସମ୍ମିଳନୀ କକ୍ଷରେ “ମୂଲ୍ୟ ବୃଦ୍ଧିକରଣ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ନେତୃତ୍ୱାଧୀନ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା” ପ୍ରକଳ୍ପ ଅଧୀନରେ କ୍ଷୁଦ୍ର ମାଣ୍ଡିଆ, ଚାଉଳ କଳ ପରିଚାଳନା ଏବଂ ବ୍ୟବସାୟ ପରିଚାଳନା ରଣନୀତି ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (IRRI) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ଏହି ପ୍ରକଳ୍ପର ମୂଲ୍ୟ ୬୦.୧୭ କୋଟି ଟଙ୍କା ରହିଥିବାବେଳେ ଏହାକୁ ୩ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବ। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହାସଂଘ ମାଧ୍ୟମରେ ମିଲେଟ୍ ଏବଂ ନିମ୍ନ ଗ୍ଲାଇସେମିକ୍ ଇଣ୍ଡେକ୍ସ (GI) ଚାଉଳ ଏବଂ ଅନ୍ୟ ଯେକୌଣସି କୃଷି-ଭିତ୍ତିକ ଉତ୍ପାଦର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ ଏବଂ ବିପଣନ ପାଇଁ କ୍ଷୁଦ୍ର କାରଖାନା ପ୍ରତିଷ୍ଠା କରିବା ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ। ଏହି ପ୍ରୟାସ ଅଧୀନରେ ମିଲେଟ୍‌ ସହିତ ଅନ୍ୟାନ୍ୟ ପାରମ୍ପରିକ ଓ ଭୁଲିଯାଇଥିବା ଓଡ଼ିଆ ଖାଦ୍ୟକୁ ଲୋକାଦୃତ କରିବା ପାଇଁ ଗୋଟିଏ ଫୁଡ କୋର୍ଟ କରାଯିବ ।

ଏହି ଅଧିବେଶନରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ଅଧିକାରୀମାନେ ଯୋଗ ଦେଇଥିଲେ। ନିମ୍ନ ଗ୍ଲାଇସେମିକ୍ ଇଣ୍ଡେକ୍ସ (GI) ଚାଉଳ, GI-ଟ୍ୟାଗ୍ ପାଇଥିବା କଳାଜୀରା କିସମ ଏବଂ ମାଣ୍ଡିଆ ପାଇଁ ସଂଗ୍ରହ, ପ୍ରକ୍ରିୟାକରଣ, ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ମାର୍କେଟିଂ ରଣନୀତିକୁ ଅନ୍ତର୍ଭୁକ୍ତ କରି ଏକ ଛଅ ମାସିଆ ଯୋଜନା ଉପରେ ଆଲୋଚନା କରାଯାଇଥିଲା। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶନାମା ଉଭୟ ଯୋଜନାରେ ସାମିଲ କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷକ ଉତ୍ପାଦକ ସଂଗଠନର ସକ୍ରିୟ ଅଂଶଗ୍ରହଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରୟାସକୁ ସଫଳ କରିବା ପାଇଁ କର୍ମଶାଳାର ନିଷ୍କର୍ସ ମଡେଲ୍ ଓ କାର୍ଯ୍ୟଯୋଜନାକୁ ସରକାରଙ୍କୁ ସୁପାରିଶ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking