29.1 C
Bhubaneswar
Tuesday, February 10, 2026
Homeଓଡିଶାଯାଜପୁର ଜିଲ୍ଲାରେ ଏକଦିବସୀୟ ଚିତ୍ରକଳା କର୍ମଶାଳା

ଯାଜପୁର ଜିଲ୍ଲାରେ ଏକଦିବସୀୟ ଚିତ୍ରକଳା କର୍ମଶାଳା

ଯାଜପୁର: ଚଳିତ ବର୍ଷ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସାରା ଭାରତବର୍ଷ ବ୍ୟାପୀ ପାଳିତ ହେଉଥିବା ‘ସେବା ପକ୍ଷ – ୨୦୨୫’ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ଯାଜପୁର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ନିର୍ଦ୍ଦେଶାଳୟର ସହଯୋଗରେ ଯାଜପୁର ସହର ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମରେ ଏକ ଦିନିକିଆ ଚିତ୍ରକଳା ପ୍ରତିଯୋଗିତା ତଥା କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲାର ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ବୃତ୍ତିଭିତ୍ତିକ ଚିତ୍ରଶିଳ୍ପୀମାନେ ଅଂଶଗ୍ରହଣ କରି “ବିକଶିତ ଭାରତ – ୨୦୪୭” ବିଷୟବସ୍ତୁ ଉପରେ ସେମାନଙ୍କର କାରୁକାର୍ଯ୍ୟ ଏବଂ ଜୀବନ୍ତ ସୃଷ୍ଟି ଉପସ୍ଥାପନ କରିଥିଲେ। ଉଦଯାପନୀ ସମାରୋହରେ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଏବଂ ଓଡ଼ିଶା ଶିଳ୍ପୀ ମହାସଂଘ ର ସମ୍ପାଦକ ପ୍ରିୟରଞ୍ଜନ କର ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରିଥିଲେ। ଏହି ପ୍ରତିଯୋଗିତାରୁ ମନୋନୀତ କଳାକୃତିଗୁଡ଼ିକୁ ୨୫ ସେପ୍ଟେମ୍ବର ୨୦୨୫ ରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ପ୍ରଦର୍ଶିତ ହେବା ସହ ମୂଲ୍ୟାଙ୍କନ ହେବ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂସ୍କୃତି ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ, ଛାତ୍ରଛାତ୍ରୀ, ଚିତ୍ରଶିଳ୍ପୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking