କୋରାପୁଟ: କୋରାପୁଟରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ । ଗୋଟିଏ ଟ୍ରେଲର ଗାଡିରେ ହେଉଥିଲା ଗଞ୍ଜେଇ ଚାଲାଣ । ନନ୍ଦପୁର ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଲଜିଂ ଛକ ନିକଟରେ ଟ୍ରେଲରକୁ ମାଡ଼ିବସିଥିଲା । ପୁଲିସକୁ ଦେଖି ଡ୍ରାଇଭର୍ ଫେରାର ହୋଇଯାଇଛି । ଟ୍ରେଲର ଗାଡ଼ି ସହ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରୁ ରାଜସ୍ଥାନକୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ୧ ହଜାର ୫୪ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଚି ନନ୍ଦପୁର ପୁଲିସ ।