29.1 C
Bhubaneswar
Tuesday, July 8, 2025
Homeଦେଶ ବିଦେଶତତଲା କଢେଇରେ ପଡି ଦେଢ ବର୍ଷ ଶିଶୁର ମୃତ୍ୟୁ

ତତଲା କଢେଇରେ ପଡି ଦେଢ ବର୍ଷ ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: ପୁଣିଥରେ ଗୋଟିଏ ମାଆର କୋଳ ଖାଲି ହୋଇଯାଇଛି ।  ଗତ ଶୁକ୍ରବାର ଦିନ  ରୋଷେଇ ପାତ୍ରରେ  ପଡି ଦେଢ ବର୍ଷ ଶିଶୁର ଜୀବନ ଚାଲିଯାଇଛି ।  ସବୁଠୁ ବଡ କଥା ଏହା ଯେ, ପୂର୍ୱରୁ   ମହିଳାଙ୍କ ଆଉ ଗୋଟିଏ ଝିଅର ଜୀବନ  ଏଭଳି ପରିସ୍ଥିତିରେ ଚାଲିଯାଇଥିଲା । ଏହାକୁ ନେଇ ପରିବାରରେ  ଶୋରକ ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ,    ମହିଳା ଜଣଙ୍କ ଚାଟ, ଗୁପଚୁପ ବ୍ୟବସାୟୀ । ଘରେ   ଏକ ବଡ କଢେଇରେ  ଛୋଲେ ରୋଷେଇ  କରୁଥିଲେ ।  ଝିଅଟି ସେହି ପାଖେ ଖେଳୁଥିଲା  ।   କଢେଇ ତେଲ ଉପରେ ପଡି ଝିଅର ଶରୀରର ଅଧା ଅଂଶ ଜଳିଯାଇଥିଲା ।  ଝିଅର ଚିତ୍କାର ଶୁଣି  ମହିଳା ଜଣଙ୍କ ଦୌଡି ଆସି ଗୁରୁତର ଅବସ୍ଥାରେ ଝିଅକୁ ମେଡିକାଲ ନେଇଥିଲେ ।   ଝିଅଟିର ୮୦ ପ୍ରତିଶତ ଭାଗ ଜଳିଯାଇଥିବାରୁ କିଛି ଘଣ୍ଟା ପରେ ଜୀବନ ଚାଲିଯାଇଥିଲା ।  ଏବେ ପରିବାରରେ ଦୁଃଖର ପାହାଡ ଖସି ପଡିଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking