35.1 C
Bhubaneswar
Tuesday, October 1, 2024
Homeଅପରାଧଡିକି ଭାଙ୍ଗି ଲୁଟିନେଲେ ଦେଢ଼ଲକ୍ଷ

ଡିକି ଭାଙ୍ଗି ଲୁଟିନେଲେ ଦେଢ଼ଲକ୍ଷ

କଣ୍ଟାପଡା: ଗୋବିନ୍ଦପୁର ଥାନା ଅନ୍ତର୍ଗତ ବଡମୂଳାଇ ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରୁ ଗାଡି ଡିକି ଖୋଲି ଲୁଟେରାମାନେ ବେଢଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ମୁତାବକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ବଡମୂଳାଇ ଗ୍ରାମର ବୈକୁଣ୍ଠ ରାଉତରାୟ ଆଜି ପୁର୍ବାହ୍ନରେ ଓଲଟପୁର ଥାନା ଅନ୍ତର୍ଗତ ଅଡଶପୁର କାନାରା ବ୍ୟାଙ୍କରୁ ଦେଢଲକ୍ଷ ଟଙ୍କା ଉଠାଇ ଗାଡି ଡିକିରେ ଧରି ଘରକୁ ଫେରିଥିଲେ । ଉକ୍ତ ଅର୍ଥ ଜଣେ ବ୍ୟକ୍ତିଙ୍କୁ ଦେବାକୁ ଥିବାରୁ ସେ ଘର ସାମ୍ନାହରେ ଗାଡି ରଖି ଘର ଭିତରକୁ ଯାଇଥିଲେ । ଘରୁ ବାହାରକୁ ଆସି ଦେଖନ୍ତିତ ଗାଡିର ଡିକି ଖୋଲାଯାଇଛି ଓ ସେଥିରେ ଟଙ୍କା ନଥିବା ଦେଖିଥିଲେ । ଏ ସମ୍ପର୍କରେ ସେ ଗୋବିନ୍ଦପୁର ଥାନାକୁ ଜଣାଇବା ପରେ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ବୈକୁଣ୍ଠ ଟଙ୍କା ଧରି ଘରକୁ ଫେରୁଥିବା ସମୟରେ ତାଙ୍କୁ ଗୋଟିଏ ବାଇକ୍‌ରେ ଦୁଇଜଣ ଫଲୋ କରୁଥିବା ସିସି ଟିଭି ଫୁଟେଜରୁ ଜଣାପଡ଼ିଛି । ଏହାକୁ ଆଧାରକରି ପୁଲିସ ତଦନ୍ତ ଚଳାଇଛି । ସୂଚନାଯୋଗ୍ୟ ଯେ ସମ୍ପ୍ରତି ଓଲଟପୁର ଥାନା ଅଞ୍ଚଳରେ ଲୁଟେରାମାନେ ଦିନ ଦ୍ୱିପ୍ରହରରେ ଲୁଟ୍ କରୁଥିବା ବେଳେ ଗୋଟିକ ପରେ ଗୋଟିଏ କାଣ୍ଡ ଘଟାଇ ଚାଲିଛନ୍ତି । ହେଲେ ସ୍ଥାନୀୟ ପୁଲିସ ନିଷ୍କ୍ରିୟ ରହିଛି । ଗତ କିଛିଦିନ ତଳେ ଅଡଶପୁର ଉରାଢ଼ ରାସ୍ତାରେ ଜଣେ ମହିଳାଙ୍କ ବେକରୁ ଦୁଇଜଣ ଯୁବକ ସୁନାହାର ଛିଣ୍ଡାଇ ଚମ୍ପଟ ମାରିଥିବା ବେଳେ ଆଜିର ଏହି ଘଟଣା ପୁଲିସ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking