ଭୁବନେଶ୍ୱର: ୱକଫ ବିଲକୁ ସସ୍ମିତ ପାତ୍ରଙ୍କ ସମର୍ଥନକୁ ନେଇ ବଢୁଛି ବିଜେଡିର ଦ୍ୱନ୍ଦ୍ୱ । ଆଜି ପୁଣି ମୁହଁ ଖୋଲିଲେ ବରିଷ୍ଠ ନେତା ପ୍ରସନ୍ନ ଆଚାଯ୍ୟ । ମୁଁ ଯେତିକି ଜାଣିଛି ସସ୍ମିତ ପାତ୍ର ସବୁବେଳେ ପାର୍ଟି ନିଷ୍ପତ୍ତି ମାନନ୍ତି । କେଉଁ ପରିସ୍ଥିତିରେ ଟ୍ୱିଟ କଲେ ଜାଣିନି । କାହା ନିର୍ଦ୍ଦେଶରେ କଲେ ସେ ହିଁ କହିପାରିବେ । ଶେଷ ମୂହୁର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ ସନ୍ଦେହ ସୃଷ୍ଟି କରିଛି । ସଂସଦୀୟ ବୋର୍ଡ ବୈଠକରେ ବିଲକୁ ବିରୋଧ ନିଷ୍ପତ୍ତି ଜାଣିଥିଲି । ଏନେଇ ଆମେ ସଭାପତିଙ୍କୁ ଭେଟି ଫେରାଦ ହୋଇ ସାରିଛୁ ।