28.1 C
Bhubaneswar
Sunday, September 8, 2024
Homeଓଡିଶାତୃତୀୟ ଦିନରେ ଦିନ ସାଢେ ୧୧ଟା ଯାଏ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି

ତୃତୀୟ ଦିନରେ ଦିନ ସାଢେ ୧୧ଟା ଯାଏ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ଗୃହରେ ବିରୋଧୀଙ୍କ ହଙ୍ଗାମା ହୋଇଛି । ଆଜି ତୃତୀୟ ଦିନରେ ମଧ୍ୟ ଦିନ ସାଢେ ୧୧ଟା ଯାଏ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି । କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବାଚସ୍ପତିଙ୍କ ପୋଡିୟମ୍‍ ସମ୍ମୁଖରେ କଂଗ୍ରେସ ବିଧାୟକମାନେ ହୋହାଲ୍ଲା କରିଥିଲେ । କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେପି ସରକାର ଥାଇ ମଧ୍ୟ ଓଡ଼ିଶାକୁ ବଜେଟରେ ଅବହେଳା କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ସେପଟେ ରାଜ୍ୟପାଳଙ୍କ ପୁଅକୁ ଗିରଫ ଦାବି ନେଇ ବିଜେଡି ସଦସ୍ୟମାନେ ନାରାବାଜି କରିଥିଲେ । ପ୍ରଶ୍ନକାଳ ଅଚଳ ହେବାରୁ ବାଚସ୍ପତି ସାଢେ ୧୧ଟା ଯାଏ ମୁଲତବି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking