18.1 C
Bhubaneswar
Friday, December 19, 2025
Homeଓଡିଶାଦ୍ୱିତୀୟ ଦିବସରେ ସଂକଳ୍ପ ପଦଯାତ୍ରା ଚନ୍ଦନପୁର ଠାରେ ପହଂଚିଲା

ଦ୍ୱିତୀୟ ଦିବସରେ ସଂକଳ୍ପ ପଦଯାତ୍ରା ଚନ୍ଦନପୁର ଠାରେ ପହଂଚିଲା

ଭୁବନେଶ୍ୱର: ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଏବଂ ନେତୃତ୍ୱରେ ୩ ଦିନ ଧରି ଚାଲିବାକୁ ଥିବା ସଂକଳ୍ପ ପଦଯାତ୍ରାର ଦ୍ୱିତୀୟ ଦିବସରେ ସକାଳ ୮.୩୦ ଘଟିକା ସମୟରେ ପିପିଲି ଠାରୁ ଆରମ୍ଭ ହୋଇ ମଙ୍ଗଳପୁର ଦେଇ ଦେଇଶପୁର ଠାରେ ପହଂଚିଥିଲା । କଟକ ନଗର, ଗଞ୍ଜାମ ପୂର୍ବ, ଗଞ୍ଜାମ ପଶ୍ଚିମ, ନବରଙ୍ଗପୁର, ସମ୍ବଲପୁର ଓ ପୁରୀର କଂଗ୍ରେସ କର୍ମୀ ଜିଲ୍ଲା ସଭାପତି, ବିଧାୟକ, ବିଧାୟକ ପ୍ରାର୍ଥୀ, ସାଂସଦ ପାର୍ଥୀ, ଯୁବ, ଛାତ୍ର, ମହିଳା କଂଗ୍ରେସ, ସେବାଦଳର ନେତୃବୃନ୍ଦ ଓ କର୍ମୀମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ପିସିସି ସଭାପତି ଶ୍ରୀ ଦାସଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ ।

ପିପିଲ ହାଟ ଛକ ଠାରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଅନ୍ତର୍ଯ୍ୟାମି ଦିକ୍ଷିତ, ବିଶ୍ୱଭୂଷଣ ହରିଚନ୍ଦନ ମହାପାତ୍ର, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ୍ୟ ଓ ନିରୁପମା ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କମୀ ଶ୍ରୀଯୁକ୍ତ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କ ବିୟୋଗରେ ତେଇଶପୁର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିିତ ହୋଇଯାଇଥିଲା । ପିସିସି ସଭାପତି ଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ବିଧାୟକ ରମେଶ ଜେନା, ମନୋରଞ୍ଜନ ତ୍ରିପାଠୀ, ନକୁଳ ନାୟକ, ମନୋଜ ଜେନା, ପ୍ରକାଶ ମିଶ୍ର, ଅମୀୟ ପାଣ୍ଡବ, ଅଶିତ୍ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ବିଶ୍ୱଜିତ୍ ଦାସ, ଜାନକୀବଲ୍ଲଭ ପଟ୍ଟନାୟକ, ପଦ୍ମାକର ଗୁରୁ, ଇମ୍‌ଦାଦ୍ ଖାନ୍‌, କୃଷ୍ଣ ସଗରିଆ,ସିଦ୍ଧାର୍ଥ ସ୍ୱରୂପ ଦାଶ,ସୁରେଶ ମହାପାତ୍ର, ସୁବ୍ରତ ମହାପାତ୍ର, ୟାସିର ନୱାଜ, ରଞ୍ଜତ ପାତ୍ର, ଉଦ୍ଦିତ ପ୍ରଧାନ, ସୁଦର୍ଶନ ଦାସ, ଦୈାପଦୀ ମାଝୀ, ଭୂବନ ବିହାରୀ ସାହୁ ଓ ଭାରତ ଭୂଷଣ ବେମାଲ, ଅମରେଶ ପରିଡ଼ା, ଅଭିଳାଷ ମାଣିଆ, ଜିଆ ଉଲ୍‌ହକ୍‌, ଜ୍ୟୋତି ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ପତି, ରାଜୀବ ମହାନ୍ତି, ମନୋଜ ରାଉତ, କୃଷ୍ଣ ମହାନ୍ତି, ମନୋଜ ବିଶ୍ୱାଳ, କିରଣ ସାହୁ, ଗୋପନ ମାର୍ଥା, ଶ୍ରୀୟାସ୍ମିତା ପଣ୍ଡା, ଲିପିକା ପାତ୍ର, ଅଶୋକ ଦାସ, ପ୍ରବୋଧ ଦାସ, ଏମ୍‌.ଡ଼ି ଆକବର, ନିହାର ବେହେରା, ପ୍ରଦିପ ମହାପାତ୍ର, ସିପ୍ରା ମଲ୍ଲିକ, ବିଜୟାନନ୍ଦ ଚାଉଳିଆ, ଅମିତା ବିଶ୍ୱାଳ, ସୁଦିପ ସାମଲ, ଆଶିଷ ମଲ୍ଲିକ ପ୍ରମୁଖ ଯୋଗ ଦେଇ ସ୍ୱଗର୍ତ ମୃତ୍ୟୁଞ୍ଜୟ ନାୟକଙ୍କ ପ୍ରତି ଶୋକ ପ୍ରକାଶ କରିବା ସହ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ପଦଯାତ୍ରା ପଟ୍ଟନାୟିକୀୟା ଛକ ଠାରେ ପହଂଚିବା ପରେ କଂଗ୍ରେସ ନେତ୍ରୀ ଜୟଶ୍ରୀ ପଟ୍ଟନାୟକ ଏବଂ ମିଲନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ଛାତ୍ର, ଯୁବ ଓ ମହିଳା କର୍ମୀମାନେ ଶ୍ରୀଯୁକ୍ତ ଦାସଙ୍କୁ ଉଚ୍ଛତ୍ସିତ ସମ୍ବର୍ନ୍ଧନା ଜଣାଇଥିଲେ ।

ପଦଯାତ୍ରା ସନ୍ଧ୍ୟା ୭.୪୦ ମିନିଟ୍‌ରେ ଚନ୍ଦନପୁର ଠାରେ ପହଂଚିବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉପାବଲ୍ଲଭ ରଥଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ନେତୃବର୍ଗ ବିଷ୍ଣୁ ପ୍ରସାଦ ମିଶ୍ର, ଜୟଶ୍ରୀ ପାତ୍ର, ସଶ୍ମିତା ବେହେରା, ଅବିନାଶ ମିଶ୍ର, ଦାମଦୋର ପ୍ରଧାନ, ଦାମଦୋର ମହାପାତ୍ର, ହରପ୍ରସାଦ ଜେନା, ଶିବ ପ୍ରସାଦ ବେହେରା, ରାଜେଶ ମିଶ୍ର, ବ୍ରଜରାଜ ବେହେରା, ଅରକ୍ଷିତ ବାରିକ, ମାଗୁଣି ଭୋଇ, ସରସ୍ୱତୀ ପାତ୍ର, କିଷାନ କୁମାର ମେକାପ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇ ଶ୍ରୀଯୁକ୍ତ ଦାସଙ୍କ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ । ସେହିପରି ତେଇଶପୁର ଠାରୁ ଚନ୍ଦନପୁର ଅଭିମୁଖେ ଯାତ୍ରା ସମୟରେ ସତ୍ୟବାଦୀ କଲେଜ ଛକଠାରେ ମନୋଜ ରଥ ଶତାଧିକ କଂଗ୍ରେସ କର୍ମୀ ଶ୍ରୀଯୁକ୍ତ ଦାସଙ୍କୁ ସମ୍ଭର୍ଦ୍ଧନା ଜଣାଇବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ବିଶାଳ ପଦଯାତ୍ରା ସଂକଳ୍ପ ପଦଯାତ୍ରା ପାଇଁ କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଜିର ପଦଯାତ୍ରା ସମୟରେ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ କଥା ହୋଇ ତାଙ୍କର ଦୁଃଖ ସୁଖରେ ଛିଡ଼ା ହେବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ଶିଳ୍ପିଶ୍ରୀ ହରିଚନ୍ଦନ, ଶୁସ୍ରୀ ବେହେରା, ସଶ୍ମିତା ପଣ୍ଡା, ଦୀପକ ପଟ୍ଟନାୟକ, ପର୍ଶୁରାମ ପ୍ରଧାନ, ଭାଗ୍ୟବାନ ଜେନା, ବିଦୁଲତା ଆଚାର୍ଯ୍ୟ, ସ୍ୱାଧୀନ ପଣ୍ଡା, ଜଗତଜିବନ ଶତପଥି, ଅଭିଶେଷ ମହାନନ୍ଦ, ଆକାଶ ଭୂୟାଁ ପ୍ରମୁଖ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ପଦଯାତ୍ରାରେ ଯୋଗଦେଇଥିଲେ । ଆସନ୍ତାକାଲି ସକାଳ ୮.୩୦ ମିନିଟ ସମୟରେ ସଂକଳ୍ପ ପଦଯାତ୍ରା ଶ୍ରୀମନ୍ଦିର ଅଭିମୁଖେ ବାହାରିବ । ଅପରାହ୍ନରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ବରିଷ୍ଠ ନେତୃବୃନ୍ଦ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଆର୍ଶିବାଦ ଭିକ୍ଷା କରିବା ପରେ ବଡଦାଣ୍ଡ ଠାରେ ସାମ୍ବାଦିକ ମାନଙ୍କୁ ସମ୍ଭୋଦିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କଂଗ୍ରେସ ନେତା ତଥା ବରିଷ୍ଠ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking