34.1 C
Bhubaneswar
Monday, February 23, 2026
Homeଓଡିଶାଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ଆଜାଦ ହିନ୍ଦ ସରକାରର ୮୧ତମ ବାର୍ଷିକୀ ଅବସରରେ ନେତାଜୀଙ୍କ...

ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ଆଜାଦ ହିନ୍ଦ ସରକାରର ୮୧ତମ ବାର୍ଷିକୀ ଅବସରରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର  : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠିତ ଭାରତୀୟମାନଙ୍କ ପ୍ରଥମ ସ୍ୱାଧୀନ ସରକାର ଆଜାଦ ହିନ୍ଦ ସରକାର ର ୮୧ ତମ ବାର୍ଷିକୀ ଅବସରରେ ନେତାଜୀଙ୍କ ଆଦର୍ଶରେ ଗଠିତ ‘ଆଜାଦ୍ ହିନ୍ଦ୍ ବାହିନୀ’ ପକ୍ଷରୁ ଆଜି ନେତାଜୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଆଜି ପ୍ରତ୍ୟୁଷରୁ ଆଜାଦ ହିନ୍ଦ ବାହିନୀର କ୍ୟାଡରମାନେ ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରରିମୂର୍ତ୍ତି ନିକଟକୁ ଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଆଜାଦ ହିନ୍ଦ ଫୌଜ ର ଏହି ସୁପ୍ରିମ କମlଣ୍ଡରଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ l ପରେ ଏହି ଅବସରରେ ନେତାଜୀ ଭବନ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l

ଆଜାଦ ହିନ୍ଦ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତି ରଞ୍ଜନ ମହାପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବିଶିଷ୍ଠ ପରିବେଷବିତ୍ତ ପ୍ରଫୁଲ୍ଲ ସାମନ୍ତରାୟ, କବି ତଥା ସ୍ତମ୍ଭକାର ପବିତ୍ର ମୋହନ କର, ଯୁବନେତା ତଥା ସାମାଜିକ କର୍ମୀ ମାନସ ପଟ୍ଟନାୟକ, ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସର୍ବେଶ୍ୱର ମିଶ୍ର ପ୍ରମୁଖ ବକ୍ତବ୍ୟ ରଖି ଦେଶର ସ୍ୱାଧୀନତା ସଂଗ୍ରାମରେ ନେତାଜୀ ସୁଭାଷଙ୍କର ଐତିହାସିକ ଭୂମିକା ସଂକ୍ରାନ୍ତରେ ଆଲୋକପlତ କରିଥିଲେ l ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଆଜି ଦେଶର ସଂଖ୍ୟାଧିକ ମଣିଷ ନିଜର ମୌଳିକ ଆବଶ୍ୟକତାରୁ ବଞ୍ଚିତ ହେଉଛନ୍ତି l ସରକାରୀ ଉଦାସୀନତା କାରଣରୁ ଆଜିବି ଭାରତବର୍ଷ ର ସାଧାରଣ ଜନତାଙ୍କ ସମସ୍ୟା ସମାଧାନ ଦିଗରେ ନାନା ପ୍ରତିବନ୍ଧକ ସୃଷ୍ଟି ହେଉଛି l ସାଧାରଣ ଜନତାଙ୍କ ସମାଧାନ ସହ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ନେତାଜୀଙ୍କ ବିଚାରଧାରାରେ ଆଉ ଏକ ସ୍ୱାଧୀନତା ସଂଗ୍ରାମ ଲଢ଼ା ଯିବାର ଆବଶ୍ୟକତା ରହିଛି l ସମସ୍ତଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ ସମେତ ଶିକ୍ଷା ସ୍ୱାସ୍ଥ୍ୟ ଭଳି ମଣିଷର ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ଆଜାଦ ହିନ୍ଦ ବାହିନୀର କ୍ୟାଡରମାନେ ସଂଗ୍ରାମ ଜାରିରହିବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ l

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ବପ୍ନ ର ଭାରତ ବର୍ଷ ଗଠନ କରାଯାଇପାରିଲେ ଭାରତୀୟମାନଙ୍କ ଯନ୍ତ୍ରଣା ଲାଘବ ହୋଇପାରିବ ବୋଲି ସମସ୍ତ ବକ୍ତାମାନେ ମତ ବ୍ୟକ୍ତ କରିଥିଲେ l ପରିବେଶ ପ୍ରଦୂଷଣ କାରଣରୁ ଭାରତ ସମେତ ସାରା ପୃଥିବୀ ପ୍ରାକୃତିକ ଦୁର୍ବିପାକ ର ସମ୍ମୁଖୀନ ହେଉଥିବା କଥା ନିଜ ବକ୍ତବ୍ୟରେ ଉଲ୍ଲେଖ କରିବା ସହ ପରିବେଶ ପ୍ରଦ୍ୟୁଷଣକୁ ନିୟନ୍ତ୍ରଣ ପାଇଁ ଆଜାଦ ହିନ୍ଦ ବାହିନୀର କ୍ୟାଡରମାନେ କାର୍ଯ୍ୟ କରିବାକୁ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ ନିଜ ବକ୍ତବ୍ୟରେ ଆହ୍ୱାନ କରିଥିଲେ l ଆଜାଦ ହିନ୍ଦ ବାହିନୀର ରାଜ୍ୟ ସମ୍ପାଦିକା ସୁବତୀ ଆଜାଦ ଏହି ଆଲୋଚନା ଚକ୍ର ଅବସରରେ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସାଥୀ ସାବିତ୍ରୀ କ୍ରିଷlନୀ, ଜୟା, ମିକି ସାହୁ, ପି. ମୁରଲୀକୃଷ୍ଣ, ବାଦଲ ନାୟକ, ଇଜ୍ଜନ ବଜ, ଦୁର୍ଯ୍ୟୋଧନ ପୂଜାରୀ,ରାଜୁ ମାଢି,ଅଭିରାମ ପାଙ୍ଗି ପ୍ରମୁଖ ଏହି କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking