ଯାଜପୁର: ସମାଜକୁ ଦିଗ ଦର୍ଶନ ଦେବା ପାଇଁ, ଭଗବତ ପ୍ରେମ ସୃଷ୍ଟି କରାଇବା ସହିତ ପରିବେଶରେ ସୁଧାର ଆଣିବା ପାଇଁ ନିଖିଳ ବିଶ୍ଵ ଗାୟତ୍ରୀ ପରିବାର ପକ୍ଷରୁ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ସମଗ୍ର ଦେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବ୍ୟାସନଗର ମଣ୍ଡଳ ଗାୟତ୍ରୀ ପରିବାର ପକ୍ଷରୁ ସ୍ଥାନୀୟ ନନ୍ଦରାମ ବାଟିକାରେ ନବକୁଣ୍ଡ ମହାଯଜ୍ଞ ୧୧ ତାରିଖ ଠାରୁ ୧୩ ତାରିଖ ମହାଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଥିଲା । ୧୨ ତାରିଖରେ ୨୫୦୦ ଦୀପ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହା ଏକ ଆକର୍ଷଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ଏବଂ ଶତାଧିକ ମହିଳାଙ୍କ ସମାବେଶରେ ୧୦୮ କଳଶ ଯାତ୍ରା ହୋଇଥିଲା ମହିଳାମାନେ ଶୋଭାଯାତ୍ରାରେ ବେଦ ମାତା ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ଯଜ୍ଞ ମଣ୍ଡପକୁ ଆସି ସେଠାରେ କଳସ ସ୍ଥାପନ କରିଥିଲେ । ମାତା ଗାୟତ୍ରୀ ଙ୍କ ଭବ୍ୟ ଆରତୀ କରି ଗାୟତ୍ରୀ ଚାଳିଶା ପାଠ କରାଯାଇଥିଲା । ପରିଶେଷରେ ପ୍ରବଚନ କାର୍ୟ୍ୟକ୍ରମ କରାଯାଇଥିଲା । ବିଶ୍ଵ ଶାନ୍ତି ପାଇଁ ଯଜ୍ଞ ହିଁ ଏକ ମାତ୍ର ଆଧାର। ଏହା ଏକ ସର୍ବ ଧର୍ମ । ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଶାନ୍ତି ପ୍ରାପ୍ତ ହୁଏ ବୋଲି ଶାନ୍ତି କୁଞ୍ଜରୁ ଆସିଥିବା ଗୁରୁଜୀ ମାନେ କହିଥିଲୋ