24.1 C
Bhubaneswar
Saturday, March 28, 2026
Homeଓଡିଶାବିଭିନ୍ନ ମନ୍ଦିରକୁ ଓମଫେଡ୍‍ ଯୋଗାଉଛି ୬୦ଟନ୍‍ ଘିଅ

ବିଭିନ୍ନ ମନ୍ଦିରକୁ ଓମଫେଡ୍‍ ଯୋଗାଉଛି ୬୦ଟନ୍‍ ଘିଅ

ଭୁବନେଶ୍ୱର : ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିରକୁ ଓମଫେଡ୍‍ ବର୍ଷକୁ ୬୦ ଟନ୍‍ ଘିଅ ଯୋଗାଣ କରୁଛି । ଏଥି ମଧ୍ୟରେ ଛତିଶଗଡର ଚନ୍ଦ୍ରହାସିନୀ ମନ୍ଦିର ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ଓମଫେଡ୍‍ର ଦୁଗ୍ଧ ସଂଗ୍ରହ ଓ ଘିଅ ଉତ୍ପାଦନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଓମଫେଡ୍‍ ବାର୍ଷିକ ୫ଲକ୍ଷ ୪୦ହାଜର କିଲୋ ଦୁଗ୍ଧ ସଂଗ୍ରହ କରୁଥିବାବେଳେ ସେଥିରୁ ବାର୍ଷିକ ୧୩୦୪.୧୬ ଟନ୍‍ ଗିଅ ପ୍ରସ୍ତୁତ କରୁଛି । ବର୍ତ୍ତମାନ ବଜାରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ୱୀକୃତିପ୍ରାପ୍ତ ବିତରକମାନଙ୍କ ମଧ୍ୟରେ ମୋଟ୍‍ ୧୨୫୮.୫୩ଟନ୍‍ ଘିଅ ବିକ୍ରି କରୁଛି ।

ବିକ୍ରି ହେଉଥିବା ଏହି ଘିଅ ମଧ୍ୟରୁ ୬୦ଟନ୍‍ ଘିଅ ବିଭିନ୍ନ ଦେବାଳୟକୁ ଯାଉଛି । ଦେବାଳୟ ମଧ୍ୟକୁ ଯାଉଥିବା ଘିଅ ମଧ୍ୟରୁ ପୁରୀ ଜଗନ୍ନାଥ ମନ୍ଦିରକୁ ୩୦ଟନ୍‍ ଘିଅ ଯାଉଥିବାବେଳେ ଛତିଶଗଡର ଚନ୍ଦ୍ରହାସିନୀ ମନ୍ଦିରକୁ ୩ଟନ୍‍ ଘିଅ ଯୋଗାଇ ଦିଆଯାଉଛି । ଅନ୍ୟ ମଧ୍ୟରେ ବଲାଙ୍ଗିରର ନୃସିଂହନାଥ ମନ୍ଦିରକୁ ୦.୭ ଟନ୍‍, ବରଗଡର କାଳୀ ମନ୍ଦିରକୁ ୧.୮ଟନ୍‍, କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦରିକୁ ୦.୧୨ ଟନ୍‍, ଜଗସିଂହପୁରର ଶାରଳା ମନ୍ଦିରକୁ ୦.୩ ଟନ୍‍, ବ୍ରହ୍ମପୁରର ମା’ ବାଳକୁମାରୀ ମନ୍ଦିରକୁ ୦.୦୫ ଟନ୍‍, କେନ୍ଦୁଝରର ତାରିଣୀ ମନ୍ଦିରକୁ ୦.୦୮ ଟନ୍‍, ବାରିପଦାର ଜଗନ୍ନାଥ ମନ୍ଦିରକୁ ୦.୧୧ ଟନ୍‍, ବାଲେଶ୍ୱରର ଝାଡେଶ୍ୱର ମନ୍ଦିରକୁ ୦.୦୫ ଟନ୍‍, କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ ୦.୦୬ ଟନ୍‍ ଘିଅ ଯୋଗାଣ ହେଉଥିବାବେଳେ ଅନ୍ୟାନ୍ୟ ଛୋଟଛୋଟ ମନ୍ଦିରକୁ ୨୩.୭ ଟନ୍‍ ଘିଅ ଓମଫେଡ୍‍ ଯୋଗାଇ ଦିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking