34.1 C
Bhubaneswar
Monday, February 23, 2026
Homeଦେଶ ବିଦେଶକଂଗ୍ରେସକୁ ଓମାରଙ୍କ ବଡ଼ ପରାମର୍ଶ; ଇଭିଏମ୍‌କୁ ଦୋଷ ଦେବା ଛାଡ଼

କଂଗ୍ରେସକୁ ଓମାରଙ୍କ ବଡ଼ ପରାମର୍ଶ; ଇଭିଏମ୍‌କୁ ଦୋଷ ଦେବା ଛାଡ଼

ଶ୍ରୀନଗର: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ରବିବାର କଂଗ୍ରେସ ଦଳକୁ ଏକ ବଡ଼ ପରାମର୍ଶ ଦେଇଛନ୍ତି। ଅବଦୁଲ୍ଲା କଂଗ୍ରେସ ଦଳକୁ ଇଭିଏମ୍ ବିଷୟରେ ବାରମ୍ବାର ଅଭିଯୋଗ କରିବା ବନ୍ଦ କରିବାକୁ ଏବଂ ନିର୍ବାଚନ ଫଳାଫଳକୁ ଗ୍ରହଣ କରିବାକୁ କହିଛନ୍ତି। ଓମାର ଏହି ପରିପ୍ରେକ୍ଷୀରେ କଂଗ୍ରେସକୁ ଶାଣିତ କଟାକ୍ଷ ମଧ୍ୟ କରିଛନ୍ତି। ଓମାର କହିଛନ୍ତି ଯେତେବେଳେ ତୁମେ ଲୋକସଭାରେ ୧୦୦ରୁ ଅଧିକ ଆସନରେ ବିଜୟୀ ହେଉଛ ସେତେବେଳେ ତୁମେ ଉତ୍ସବ ପାଳନ କରୁଛ, କିନ୍ତୁ ଯେତେବେଳେ ନିର୍ବାଚନରେ ପରାଜିତ ହେଉଛ ସେତେବେଳେ ଇଭିଏମ୍‌କୁ ଦୋଷାରୋପ କରୁଛ। ଏହା ଠିକ୍ ନୁହେଁ। ଯଦି ପରାଜୟ ପାଇଁ ଇଭିଏମ୍‌କୁ ଦୋଷାରୋପ କରାଯିବ ତେବେ ସେତେବେଳେ ନିର୍ବାଚନରେ ବିଜୟ ପାଇଁ ମଧ୍ୟ ଇଭିଏମ୍ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିବ।

ସୂଚନାଯୋଗ୍ୟ, ନିକଟରେ ଅନୁଷ୍ଠିତ ମହାରାଷ୍ଟ୍ର ଏବଂ ହରିଆଣା ରାଜ୍ୟ ବିଧାନସଭା ସହ କେତେକ ଲୋକସଭା ଏବଂ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏସବୁ ନିର୍ବାଚନରେ ବିଜେପି ଅଧିକାଂଶ ଆସନ ହାତେଇବାରେ ସଫଳ ହୋଇଥିବା ବେଳେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଙ୍କୁ ପରାଜୟ ମିଳିଛି। ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ କଂଗ୍ରେସ ଦଳ ଇଭିଏମ୍‌ରେ ତ୍ରୁଟି ହୋଇଥିବା ଦାବି କରିଛି। ଏହାକୁ ନେଇ ଓମାର କଂଗ୍ରେସକୁ ଆଜି ଏପରି ପରାମର୍ଶ ଦେଇଛନ୍ତି। ସେହିପରି ବିଜେପିର ପରିବାରବାଦ ଅଭିଯୋଗ ସମେତ ଅନେକ ପ୍ରସଙ୍ଗରେ ଓମାର ଅବଦୁଲ୍ଲା ମଧ୍ୟ ମତ ରଖିଛନ୍ତି। ଓମାର ଅବଦୁଲ୍ଲା ବିଜେପିର ବଂଶବାଦ ରାଜନୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଏହି ପ୍ରସଙ୍ଗରେ ସେ କହିଛନ୍ତି ଯେ ରାଜନୈତିକ ପରିବାର ସହ ଜଡ଼ିତ ହେବା ଜୀବନବ୍ୟାପୀ ସଫଳତାର ଚାବିକାଠି ନୁହେଁ। ବିଜେପି କାହିଁକି ନିଜ ସହଯୋଗୀ ଦଳମାନଙ୍କ ଆଗରେ ଏହି ପ୍ରସଙ୍ଗ ଉଠାଉନାହିଁ, ଯେଉଁମାନଙ୍କ ଉପରେ ପରିବାରବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଲାଗିଛି। ଓମାର ଅବଦୁଲ୍ଲା ମଧ୍ୟ ତାଙ୍କ ପୁଅମାନଙ୍କ ରାଜନୀତି ପ୍ରବେଶ ଉପରେ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କର ଦୁଇ ପୁଅ ଜାମିର ଏବଂ ଜାହିର ଓକିଲ ଏବଂ ନିକଟରେ ଅନୁଷ୍ଠିତ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ସମୟରେ ବାପାଙ୍କ ସହ ନିର୍ବାଚନ ପ୍ରଚାରରେ ଭାଗ ନେଇଥିଲେ। ତାଙ୍କ ପରିବାରର ଚତୁର୍ଥ ପିଢ଼ି ରାଜନୀତିରେ ଯୋଗ ଦେବେ କି ବୋଲି ପଚରାଯିବାରୁ ଓମାର ଅବଦୁଲ୍ଲା କହିଛନ୍ତି, ସେମାନେ ଯାହା ବି ଚାହୁଁଛନ୍ତି, ସେମାନଙ୍କୁ ନିଜେ ପ୍ରସ୍ତୁତ କରିବାକୁ ପଡ଼ିବ। ସେମାନଙ୍କୁ ଥାଳିରେ ରଖି କେହି କିଛି ପରଶି ଦେବେ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking