ନୂଆଦିଲ୍ଲୀ: ଓମାନ୍ ଓପନ୍ ଚାମ୍ପିଅନ୍ଶିପ୍ରେ ୧୨ ଜଣିଆ ଭାରତୀୟ ଜୁନିୟର୍ ସେଲିଂ ଟିମ୍ ଚମତ୍କାର ପ୍ରଦର୍ଶନ କରି ଗୋଟିଏ ସ୍ୱର୍ଣ୍ଣ, ଚାରି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ୍ ସମେତ ମୋଟ ୭ ପଦକ ଜିତିଛି । ତାମିଲନାଡ଼ୁର ଶ୍ରେୟା କ୍ରିଷ୍ଣା ଓ ହାଇଦ୍ରାବାଦୀ ଲାହିରି କୋମାରଭେଲ୍ଲୀ ଅଣ୍ଡର-୧୫ ସବ୍-ଜୁନିୟର୍ ଇଭେଣ୍ଟ୍ର ଶୀର୍ଷ ଦୁଇ ସ୍ଥାନରେ ରହି ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ମଧ୍ୟପ୍ରଦେଶର ଶଶାଙ୍କ ଭାଟମ୍ ଏବଂ ସୌମ୍ୟା ସିଂହ ଜୁନିୟର୍ ବାଳକ ଓ ବାଳିକା ବର୍ଗରେ ପ୍ରତ୍ୟେକ ଗୋଟିଏ ଲେଖାଏଁ ରୌପ୍ୟ ପଦକ ଜିତିଥିବା ବେଳେ ଅକ୍ଷତ ଦୋହାରେ ଓ ଶଗୁନ୍ ଝା’ ୧-୧ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ମହିଳାରେ ତେଲେଙ୍ଗାନାର ମାନ୍ୟା ରେଡ୍ଡୀ ରୌପ୍ୟ ପଦକ ଜିତିଛନ୍ତି । ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ ଭାରତୀୟ ୟାଚିଂ ସଂଘର ମିଳିତ ଆନୁକୂଲ୍ୟରେ ଭାରତୀୟ ଟିମ୍ର ଏହାର ଏକ ଏକ୍ସପୋଜର୍ ଟ୍ରିପ୍ ଥିଲା ।









